ଭୁବନେଶ୍ୱର : ପୁଣି ରାଜଧାନୀରେ ଘଟିଛି ହତ୍ୟାକାଣ୍ଡ। ପାରିବାରିକ କଳହ କାରଣରୁ ସ୍ତ୍ରୀକୁ ପିଟିପିଟି ହତ୍ୟା କରିଛି ନୃଂଶସ ସ୍ୱାମୀ। ଭୁବନେଶ୍ୱରସ୍ଥିତ ସହିଦନଗର ଥାନା ବାସୁଆଘାଇରେ ଏହି ହତ୍ୟାକାଣ୍ଡ ଘଟିଥିବା ନେଇ ଆଜି ଜଣାପଡିଛି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତ ସ୍ୱାମୀକୁ ପୁଲିସ ଗିରଫ କରିଛି।



