ଭୁବନେଶ୍ୱର: ବିଚ ରାସ୍ତାରେ ସହଦେବ ନାୟକଙ୍କୁ ହତ୍ୟା ମାମଲା। ଅନ୍ୟତମ ଅଭିଯୁକ୍ତ ସୁଶାନ୍ତ ନାୟକ ଗିରଫ । କଟକ ଜିଲ୍ଲା କାନପୁର ଥାନା ଅଞ୍ଚଳରୁ ମଞ୍ଚେଶ୍ଵର ଥାନା ପୁଲିସ୍ ସୁଶାନ୍ତକୁ ଗିରଫ କରିଛି। ସୁଶାନ୍ତ ସହଦେବଙ୍କୁ ହତ୍ୟା କରିବା ପରେ ନିଜ ଗାଡି ଛାଡି ଫେରାର୍ ହୋଇଯାଇଥିଲା। ପୂର୍ବରୁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରମା ନାଏକ ମଞ୍ଚେଶ୍ୱର ଥାନାରେ ଆତ୍ମସମର୍ପଣ କରିଥିଲା। ଜାନୁଆରୀ ୮ ତାରିଖରେ ସଫେଇ କର୍ମଚାରୀ ସଭାପତି ସହଦେବ ନାୟକଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଥିଲା। ଘଟଣା ପରଠାରୁ ରମା ନାଏକ ଫେରାର ଥିଲା। ପୁଲିସ ତାକୁ ଧରିବା ପାଇଁ ଖୋଜୁଥିଲା। ଆତ୍ମସର୍ମପଣ ପରେ ମଞ୍ଚେଶ୍ଵର ପୁଳିସ ରମା ନାଏକକୁ ଗିରଫ କରିଥିଲା। ତେବେ ଏହି ମାମଲାରେ ପୁଲିସ୍ ୭ ଜଣଙ୍କୁ ଗିରଫ କରିଥିବାବେଳେ ଆଜି ଜଣଙ୍କୁ ଗିରଫ କରିଛି।
Popular Categories



