www.samajalive.in
Sunday, December 7, 2025
18.1 C
Bhubaneswar

ସ୍ବେଚ୍ଛାସେବୀ ସଙ୍ଗଠନ ‘କଲ୍ୟାଣ‘ ଓ ଶ୍ରୀ ହସ୍ପିଟାଲ ପକ୍ଷରୁ ଦାତବ୍ୟ ସ୍ବାସ୍ଥ୍ୟ ପରୀକ୍ଷଣ ଶିବିର ଅନୁଷ୍ଠିତ

ଭୁବନେଶ୍ବର : ପୁରୁଣା ଭୁବନେଶ୍ୱର ସ୍ଥିତ ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ‘କଲ୍ୟାଣ‘  ଏବଂ ଶ୍ରୀ ହସ୍ପିଟାଲ ପକ୍ଷରୁ ରବିବାର ଦାତବ୍ୟ ସ୍ବାସ୍ଥ୍ୟ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା। ଏହାକୁ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ କାରିଗରୀ କୌଶଳ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା, ଓ ଭିନ୍ନକ୍ଷମ ସଶସ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦଘାଟନ କରିଥିଲେ। ପ୍ରାୟ ୧୫୦ ଜଣ ବୟସ୍କ ମହିଳା ଓ ପୁରୁଷ ମାନଙ୍କୁ ଭେଷଜ ଏବଂ ଅସ୍ଥିଶଲ୍ୟ ବିଭାଗର ଅଭିଜ୍ଞ ଡାକ୍ତର ଙ୍କ ଦ୍ଵାରା ସ୍ବାସ୍ଥ୍ୟ ପରୀକ୍ଷା ସହିତ ମାଗଣା ମଧୁମେୟ, ଔଷଧ , ମାସ୍କ ଓ ସାନିଟାଇଜର ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୂର୍ବତନ କର୍ପୋରେଟର ରାଜେନ୍ଦ୍ର ସମର୍ଥା, ଅନୁଷ୍ଠାନ ର ସମ୍ପାଦକ ଡଃ ସୁରେଶ ବାରିକ, ମନୋଜ ବେହେରା, ଅମୂଲ୍ୟ ସମର୍ଥା, ଅଭୟ ସ୍ବାଇଁ,ସଞ୍ଜୟ ସାହୁ, ଅମୂଲ୍ୟ ସ୍ବାଇଁ, ବେଣୁଧର ସ୍ବାଇଁ, ସୁବାଷ ସାହୁ,ପ୍ରଶାନ୍ତ ଜେନା,ସଞ୍ଜୟ କୁମାର ସାହୁ, ପୂର୍ଣ୍ଣ ଚନ୍ଦ୍ର ଖଟେଇ, ସୁରେଶ ପ୍ରଧାନ, ଗୋପାଳ ପଟ୍ଟନାୟକ, ନିରଞ୍ଜନ ସାହୁ, ସୁବାଷ ଦାସ୍, ଗଣେଶ ସମର୍ଥା,ଦିବ୍ୟରଞ୍ଜନ୍ ବେହେରା,ବିଜୟ ବାରିକ, ସୁଜିତ୍ ସ୍ବାଇଁ,ଦ୍ବାରିକା ସାହୁ, ପୂର୍ଣେନ୍ଦୁ ପୂଜାପଣ୍ଡା, ମାନସ ମହାରଣା, ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories