www.samajalive.in
Thursday, December 11, 2025
18.1 C
Bhubaneswar

ଦେଶରେ ୫ ହଜାର ସିବିଜି ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ନିବେଶ ହେବ ୨ ଲକ୍ଷ କୋଟି – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: କମ୍ପ୍ରେସଡ୍‍ ବାୟୋ ଗ୍ୟାସ(ସିବିଜି)କୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ ହୋଇଥିବା ସତତ୍‍ କାର୍ଯ୍ୟକ୍ରମ ଅଧୀନରେ ୨୦୨୩-୨୪ ସୁଦ୍ଧା ଦେଶରେ ଲକ୍ଷ୍ୟ ରଖାଯାଇଥିବା ୫ ହଜାର ସିବିଜି ପ୍ଲାଣ୍ଟ
ପ୍ରତିଷ୍ଠା କରିବା ପାଇଁ ୨ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ସେହିପରି ଏହି ସିବିଜି ପ୍ଲାଣ୍ଟ ଗୁଡିକରେ ଉତ୍ପାଦନ କ୍ଷମତା ୧୫ ଏମଏମଟି ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି।

ଦେଶରେ ସିବିଜି ପ୍ଲାଣ୍ଟ ପ୍ରତିଷ୍ଠା କରିବା ଏବଂ ଏଥିପାଇଁ ଟେକ୍ନିଲୋଜି ସହଯୋଗ ପ୍ରଦାନ କରିବା ପରିପ୍ରେକ୍ଷୀରେ ଗୁରୁବାର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ପକ୍ଷରୁ ୮ଟି ବୁଝାମଣା ପତ୍ର ବା ଏମଓୟୁ ସ୍ୱାକ୍ଷରିତ ହେବା ଅବସରରେ ଶ୍ରୀ ପ୍ରଧାନ ଏହି ସୂଚନା ଦେଇଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ, ସତତ୍‍ କାର୍ଯ୍ୟକ୍ରମ ଅଧୀନରେ ଦେଶରେ ୯୦୦ ସିବିଜି ପ୍ଲାଣ୍ଟ ପ୍ରତିଷ୍ଠା କରିବା ପାଇଁ ଦେଶର ଅଗ୍ରଣୀ ଉର୍ଜା କମ୍ପାନୀ ଜେବିଏମ ଗ୍ରୁପ, ଆଦାନୀ ଗ୍ୟାସ, ଟୋରେଣ୍ଟ ଗ୍ୟାସ ସହ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଏମଓୟୁ ସ୍ୱାକ୍ଷରିତ ହୋଇଛି। ସେହିପରି ସିବିଜି କ୍ଷେତ୍ରରେ ଟେକ୍ନୋଲୋଜି ଯୋଗାଇ ଦେବା ପାଇଁ ଇଣ୍ଡିଆନ ଅଏଲ, ପ୍ରାଜ୍‍ ଇଣ୍ଡଷ୍ଟ୍ରି, ସିଇଆଇଡ଼ି କନ୍ସଲଷ୍ଟାଣ୍ଟ ଏବଂ ଭାରତ ବାୟୋ ଗ୍ୟାସ ଏନର୍ଜି ସହ ବିଭାଗୀୟ ମନ୍ତ୍ରଣାଳୟ ସହ ଚୁକ୍ତିସ୍ୱାକ୍ଷର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର କେବଳ ଯୋଜନା ଆରମ୍ଭ କରିବା ନୁହେଁ ଯୋଜନାର ସଠିକ୍‍ କ୍ରିୟାନ୍ୱିୟନ ମଧ୍ୟ କରୁଛନ୍ତି। ଆଜି ବିଭାଗୀୟ ମନ୍ତ୍ରଣାଳୟ ପକ୍ଷରୁ ହୋଇଥିବା ଚୁକ୍ତିସ୍ୱାକ୍ଷର ଉର୍ଜା କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭର କରିବା ଏବଂ ସ୍ୱଚ୍ଛ ଇନ୍ଧନ ଉତ୍ପାଦନ କରିବା ଦିଗରେ ପ୍ରତିବଦ୍ଧତାକୁ ଦର୍ଶାଉଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories