www.samajalive.in
Wednesday, December 10, 2025
18.1 C
Bhubaneswar

ସୁରକ୍ଷାକର୍ମୀଙ୍କ ଅସାଧାରଣ ସାହସିକତା ଓ ପରାକ୍ରମ ଯୋଗୁଁ ଦେଶ ଏକ ବଡ ଆତଙ୍କବାଦୀ ଆକ୍ରମଣରୁ ରକ୍ଷା ପାଇଲା : ମୋଦୀ

ନୂଆଦିଲ୍ଲୀ : ଜମ୍ମୁର ନାଗ୍ରୋଟା ଅଞ୍ଚଳରେ ହୋଇଥିବା ଏନକାଉଣ୍ଟରକୁ ନେଇ ସୁରକ୍ଷାକର୍ମୀଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଗତ କାଲି ଅର୍ଥାତ ଗୁରୁବାର ଦିନ ନାଗ୍ରୋଟା ଅଞ୍ଚଳରେ ୪ ଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଥିଲା ସୁରକ୍ଷାକର୍ମୀ। ଏହି ଆତଙ୍କବାଦୀମାନେ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନ ସଦସ୍ୟ ବୋଲି ଜଣା ପଡ଼ିଥିଲା। ଜମ୍ମୁର ବାନ ଟୋଲଗେଟ ନିକଟରେ ଗାଡ଼ି ଯାଞ୍ଚ ବେଳେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏହି ଗୁଳି ବିନିମୟ ହୋଇଥିଲା। ଆତଙ୍କବାଦୀଙ୍କ ନିକଟରୁ ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରିଥିଲେ ସୁରକ୍ଷାକର୍ମୀ।


ଏହାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏହି ବୈଠକରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍ ଏବଂ ବୈଦେଶିକ ସଚିବ ମଧ୍ୟ ଉପସ୍ଥିତ ଥିଲେ।

- Advertisement -


ବୈଠକ ପରେ ପ୍ରଧାନମନ୍ତ୍ରୀ ଟ୍ବିଟ୍ କରିଛନ୍ତି ଯେ, ‘ଆମ ସୀମା ସୁରକ୍ଷାକର୍ମୀ ପୁଣି ଥରେ ଆଉ ବାହାଦୁର ଆଉ ସାହାସିକତା ପରାକ୍ରମ ଦେଖାଇଛନ୍ତି। ସୀମାରେ ସୁରକ୍ଷାକର୍ମୀଙ୍କ ପରାକ୍ରମ ଯୋଗୁଁ ଦେଶରେ ହେବାକୁ ଥିବା ଏକ ବଡ଼ ଧରଣର ଆକ୍ରମଣ ଯୋଜନା ବିଫଳ ହୋଇଛି।  “ପାକିସ୍ତାନସ୍ଥିତ ଜୈଶ–ଇ-ମହମ୍ମଦ ସଂଗଠନର ୪ ଜଣ ଆତଙ୍କବାଦୀଙ୍କୁ ନିପାତ କରି ବିପୁଳ ଅସ୍ତ୍ରଶସ୍ତ୍ର ଓ ବିସ୍ପୋରକ ସାମଗ୍ରୀ ଜବତ କରିବା ଘଟଣା ଏକ ବିଧ୍ବଂଶକାରୀ ଉଦ୍ୟମକୁ ପ୍ରତିହତ କରାଯାଇଥିବା ସୂଚନା ଦେଉଛି” । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, “ଆମର ସୁରକ୍ଷା ବଳ ପୁଣି ଥରେ ଅସାଧାରଣ ସାହାସିକତା ଓ ବୃତ୍ତିଗତ ଦକ୍ଷତା ପ୍ରଦର୍ଶନ କରିଛନ୍ତି । ସେମାନଙ୍କ ସତର୍କତା ଯୋଗୁଁ ସେମାନେ ଜମ୍ମୁ ଓ କଶ୍ମୀରରେ ତୃଣମୂଳ ସ୍ତରରେ ଗଣତାନ୍ତ୍ରିକ ପଦ୍ଧତିକୁ କ୍ଷତି ପହଞ୍ଚାଉଥିବା ଚକ୍ରାନ୍ତକୁ ପ୍ରତିହତ କରିଛନ୍ତି” ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

 

Hot this week

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

Related Articles

Popular Categories