ଲୋକସେବା ଭବନରେ ଅଗ୍ନିକାଣ୍ଡ

ଭୁବନେଶ୍ୱର : ଲୋକସେବା ଭବନରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟିଛି। ରାଜସ୍ୱ ବିଭାଗ କୋଠାର ପ୍ରଥମ ମହଲାରେ ନିଆଁ ଲାଗି ଯାଇଥିଲା। ଅଗ୍ନିଶମ କର୍ମଚାରୀ ତୁରନ୍ତ ନିଆଁକୁ ଆୟତ୍ତ କରିଛନ୍ତି। ଏସି ସର୍ଟ ସର୍କିଟରୁ ନିଆଁ ଲାଗି ଥିବା ନେଇ ସୂଚନା ମିଳିଛି। ଅଗ୍ନିକାଣ୍ଡରେ କୌଣସି କାଗଜପତ୍ର ନଷ୍ଟ ହୋଇ ନାହିଁ। ରାଜସ୍ୱ ବିଭାଗ ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ପକ୍ଷରୁ ଏନେଇ ସୂଚନା ମିଳିଛି।

Comments are closed.