www.samajalive.in
Monday, December 15, 2025
16.1 C
Bhubaneswar

ଗଠନ ହେବ ‘ପଦୋନ୍ନତି ଅଦାଲତ’

ଭୁବନେଶ୍ବର : ଏଣିକି ସରକାରୀ କର୍ମଚାରୀଙ୍କ ପଦୋନ୍ନତି ବ୍ୟବସ୍ଥାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯିବ। ପଦୋନ୍ନତି ବ୍ୟବସ୍ଥାକୁ ରାଜ୍ୟ ସରକାର ୫-ଟି ପରିସରଭୁକ୍ତ କରିଛନ୍ତି। ଫଳରେ କର୍ମଚାରୀମାନେ ଏ କ୍ଷେତ୍ରରେ ଉପଯୁକ୍ତ ନ୍ୟାୟ ପାଇପାରିବେ। ପଦୋନ୍ନତି କ୍ଷେତ୍ରରେ କୌଣସି ପ୍ରକାର ଅବହେଳା କଲେ ପଦୋନ୍ନତି ଅଦାଲତ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ଉତ୍ତରଦାୟୀ କରିବେ। ନିକଟରେ ପଦୋନ୍ନତି କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ସମୟସୀମା ଧାର୍ଯ୍ୟ କରିଛନ୍ତି। ଏହି ସମୟ ମଧ୍ୟରେ ଯେଉଁ ଯୋଗ୍ୟ କର୍ମଚାରୀ ପଦୋନ୍ନତି ପାଇପାରିନାହାନ୍ତି ସେମାନଙ୍କ ନିମନ୍ତେ ସରକାର ଆଉ ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ଯଥା ସମୟରେ ପଦୋନ୍ନତିରୁ ବଞ୍ଚିତ କର୍ମଚାରୀଙ୍କ

ସମସ୍ୟାର ସମାଧାନ ପାଇଁ ‘ପଦୋନ୍ନତି ଅଦାଲତ’ ଗଠନ ପାଇଁ ନିଷ୍ପତ୍ତି ହୋଇଛି। ବିଭିନ୍ନ ବିଭାଗର ପ୍ରଶାସନିକ ଦାୟିତ୍ବରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏହି ଅଦାଲତ ଗଠନ କରାଯିବ। ପ୍ରତିବର୍ଷ ଜାନୁଆରୀ ଶେଷ ସପ୍ତାହରେ ଅଦାଲତର ବୈଠକ ବସିବ। ଏଥିରେ କୌଣସି କାରଣରୁ ପଦୋନ୍ନତି ପାଇନଥିବା ଯୋଗ୍ୟ କର୍ମଚାରୀଙ୍କ ସମସ୍ୟାର ସମାଧାନ କରାଯିବ। ଧାର୍ଯ୍ୟ ସମୟସୀମା ମଧ୍ୟରେ ପଦୋନ୍ନତି ଦ୍ବାରା ଏ କ୍ଷେତ୍ରରେ ସ୍ବଚ୍ଛତା ରକ୍ଷା କରାଯିବା ସହିତ ସାମଗ୍ରିକ ପଦୋନ୍ନତି ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଆସିପାରିବ। ଏହାଦ୍ବାରା ଦୁର୍ନୀତି ଏବଂ ବରିଷ୍ଠ ଅଧିକାରୀଙ୍କ ଖାମଖିଆଲି ମନୋବୃତ୍ତିରେ ଅଙ୍କୁଶ ଲାଗିପାରିବ। ସ୍ବଚ୍ଛ ଉପାୟରେ ଧାର୍ଯ୍ୟ ସମୟ ମଧ୍ୟରେ ପଦୋନ୍ନତି ପ୍ରଦାନ ଦ୍ବାରା କର୍ମଚାରୀଙ୍କ ମନୋବଳ ବୃଦ୍ଧି ପାଇବ ଏବଂ ସେମାନେ ସେବା ମନୋଭାବ ନେଇ କାର୍ଯ୍ୟ କରିବେ। ପ୍ରଶାସନ କ୍ଷେତ୍ରରେ ଏହା ୫-ଟିର ହଲମାର୍କ। ପ୍ରଥମ ପଦୋନ୍ନତି ଅଦାଲତ ଚଳିତମାସ ଶେଷ ସପ୍ତାହରେ ଅନୁଷ୍ଠିତ ହେବ।

- Advertisement -

ସୂଚନାଯୋଗ୍ୟ ଯେ, ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ବର୍ଗର କର୍ମଚାରୀଙ୍କୁ ପଦୋନ୍ନତି ପ୍ରଦାନ ନେଇ ନୂତନ ବ୍ୟବସ୍ଥା କାର୍ଯ୍ୟକାରୀ କରିଥିଲେ। ପ୍ରତିବର୍ଷ ଡିସେମ୍ବର ୩୧ ତାରିଖ ସୁଦ୍ଧା ପଦୋନ୍ନତି ପ୍ରକ୍ରିୟା ଶେଷ କରିବାକୁ ସେ ବିଭାଗଗୁଡ଼ିକୁ ନିର୍ଦେଶ ଦେଇଛନ୍ତି। ଏହି ନିର୍ଦେଶ ଆଧାରରେ ୨୦୧୯ ଡିସେମ୍ବର ୩୧ ସୁଦ୍ଧା ୩୧୬୬ଜଣ କର୍ମଚାରୀ ପଦୋନ୍ନତି ପାଇଛନ୍ତି। ସୂଚନାଯୋଗ୍ୟ ଯେ କୌଣସି କାରଣରୁ ପଦୋନ୍ନତି ପାଇପାରିନଥିବା କର୍ମଚାରୀମାନେ ବିଭିନ୍ନ ଅଦାଲତର ଦ୍ବାରସ୍ଥ ହେଉଛନ୍ତି। ଅଦାଲତରେ ଏସଂକ୍ରାନ୍ତ ମାମଲା ବଢ଼ିବାରେ ଲାଗିଛି। ଦୀର୍ଘ ଦିନ ଧରି ମାମଲା ଚାଲିବା ଫଳରେ କର୍ମଚାରୀମାନେ ମାନସିକ ଦୁଶ୍ଚିନ୍ତାରେ ରହୁଛନ୍ତି। ପଦୋନ୍ନତି ଅଦାଲତ ଗଠନ ଦ୍ବାରା କର୍ମଚାରୀମାନେ ଅଧିକ ଦିନ ଅପେକ୍ଷା ନକରି ଯଥାଶୀଘ୍ର ନ୍ୟାୟ ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ବହିଷ୍କୃତ ହେବା ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

Related Articles

Popular Categories