www.samajalive.in
Wednesday, December 10, 2025
16.1 C
Bhubaneswar

ମହଙ୍ଗା ମାଡ଼ରେ ଖାଉଟି ଚେପା

ଭୁବନେଶ୍ବର : ସମ୍ପ୍ରତି ଦେଶରେ ଦିନକୁ ଦିନ ଉଗ୍ର ​‌​‌ହେବାରେ ଲାଗିଛି କରୋନା ସ୍ଥିତି । ଏଥିଯୋଗୁ ପ୍ରଭାବିତ ​‌​‌ହେଉଛି ପ୍ରାୟ ସବୁ କ୍ଷେତ୍ର । ଲକ୍‌ଡାଉନ୍‌ରେ ରୋଜଗାର ହରାଇ ଅନେକ ହାତବାନ୍ଧି ଘରେ ବସିଛନ୍ତି । ଆୟ କମୁଥିବା ଯୋଗୁ ଲୋକେ ଏ​‌​‌ବେ କ​‌​‌ଷ୍ଟେମ​‌ଷ୍ଟେ ଘର ଚଳାଉଥିବାବେଳେ ତେଜରାତି ସାମଗ୍ରୀ ମୂଲ୍ୟ ବୃଦ୍ଧି ଖାଉଟିଙ୍କ କଷ୍ଟକୁ ଅଧିକ ବଢ଼ାଇ ଦେଇଛି । ଏଭଳି ସମୟରେ ରନ୍ଧନ ଗ୍ୟାସ୍‌ ସହ ତେଲ ଦର ଆକାଶଛୁଆଁ ହେବା ଖାଉଟିଙ୍କ ଉପରେ ‘ବେଡି ଉପରେ କୋରଡା ମାଡ ସଦୃଶ’ । ବଜାରରେ ବର୍ତ୍ତମାନ ଖାଇବା ତେଲ, ଡାଲି, ଚିନି ଓ ଅଟା ଦର ବଢିଥିବାବେଳେ ସାବୁନ୍‌ ଏବଂ ବିସ୍କୁଟ୍‌ ଯୋଗାଣ କମୁଛି । ଡିଜେଲ ଦର ବଢ଼ିବା ଫଳ​‌ରେ ଗାଡି ଭଡା ବଢ଼ିବାକୁ ଥିବା ଦୃଷ୍ଟିରୁ ଆଗକୁ ତେଜରାତି ସାମଗ୍ରୀ ଆହୁରି ଅଧିକ ମହଙ୍ଗା ହେବା ସମ୍ଭାବନା ରହିଛି । ଲକ୍‌ ଡାଉନ୍‌ର ଫାଇଦା ଉଠାଇ କିଛି ବ୍ୟବସାୟୀ ତେଲ ଏବଂ ଅଟା ଭଳି ସାମଗ୍ରୀ ମନ ଇଚ୍ଛା ଦରରେ ବିକ୍ରି କରୁଛନ୍ତି । ଏହା ଉପରେ ଯୋଗାଣ ବିଭାଗର ସେଭଳି କୌଣସି କଟକଣା ରହୁ ନାହିଁ ।
ବିଶେ​‌ଷ କରି ଖାଇବାତେଲ ଲିଟର ପିଛା ୧୦ ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହୋଇଛି । ରିଫାଇନ୍‌ଡ ହେଉ କି ସୂର୍ଯ୍ୟମୁଖୀ କିମ୍ବା ସୋରିଷତେଲ ସବୁର ଦର ବଢିଛି । ଲିଟର ପିଛା ୧୦୫ ଟଙ୍କାରେ ବିକ୍ରି ହେଉଥିବା ସୋରିଷତେଲ ପଲିପ୍ୟାକ୍‌ ଏବେ ୧୧୫ ଟଙ୍କା​‌ ଏବଂ ୧୧୫ ଟଙ୍କାରେ ବିକ୍ରି ହେଉଥିବା କେତେକ ବ୍ରାଣ୍ଡେଡ୍‌ ତେଲ ଏବେ ୧୨୫ ଟଙ୍କା ହୋଇଛି । ସେହିଭଳି ୧୦୦ ଟଙ୍କା ଲିଟର ପିଛା ବିକ୍ରି ହେଉଥିବା ରିଫାଇନ୍‌ଡ ତେଲ ଏବେ ୧୦୫ ଟଙ୍କା ଛୁଇଁଛି । ହରଡ ଡାଲି କିଲୋ ପିଛା ୮୪ରୁ-୯୦ ଟଙ୍କା ଏବଂ ବୁଟ ଡାଲି କିଲୋ ୫ଟଙ୍କା ବଢି ୬୫ରୁ ୭୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି । ସେହିଭଳି ମସୁର ଡାଲି କିଲୋ ପିଛା ୫ ଟଙ୍କା ବଢ଼ି ୭୫ ଟଙ୍କା ହୋଇଛି । ଚୁଡା ଏବଂ ମଇଦା ଉଭୟ କିଲୋ ପିଛା ୨ ଟଙ୍କା ବୃଦ୍ଧି ହୋଇଛି । ଅଟା କି​‌ଲୋ‌ ପିଛା ୨ରୁ ୩ ଟଙ୍କା ବଢ଼ି ୩୦ ଟଙ୍କାରେ ବିକ୍ରି ହେଉଛି । ତେବେ ସୋରିଷ ଓ ମଟର ବି ଏଥିରୁ ବାଦ୍‌ ପଡିନାହିଁ । ଉଭୟ​‌​‌ରେ କିଲୋ ପିଛା ଦର ୫ ଟଙ୍କା ଲେଖାଁଏ ବୃଦ୍ଧି ହୋଇଛି । ଲକ୍‌ ଡାଉନ୍‌ରେ ଅଧିକାଂଶ କାରଖାନାରେ କମ୍ ଶ୍ରମିକଙ୍କୁ ନେଇ କାମ କରାଯାଉଥିବା ​‌​‌ଯୋଗୁ ବଜାରକୁ ବିସ୍କୁଟ୍‌, ସାବୁନ୍‌ ଏବଂ ନିର୍ଦିଷ୍ଟ କିଛି କମ୍ପାନୀର ଡିଟରଜେଣ୍ଟ ପାଉଡର ଭଳି ଅନେକ ସାମଗ୍ରୀ ଯୋଗାଣ କମ୍‌ ହେଉଛି । ବିସ୍କୁଟ୍‌ ଅଭାବ ସହ ଛୋଟ ପ୍ୟାକେଟ୍‌ର ସାବୁନ୍‌ ମଧ୍ୟ ବଜାରକୁ ଆସୁନାହିଁ । ତେଜରାତି ସାମଗ୍ରୀ ମୂଲ୍ୟରେ ଏଭଳି ବୃଦ୍ଧି ଏବେ ଖାଉଟିଙ୍କ ନିଦ ହଜାଇ ଦେଇଛି । ଏ ସମ୍ପର୍କରେ ଗୃହିଣୀ ଲକ୍ଷ୍ମୀପ୍ରିୟା ଦାସ କହିଛନ୍ତି ଯେ, ଲକ୍‌ ଡାଉନ୍‌ ସମୟରେ ସରକାର ତେଲ ଦର ବଢ଼ାଇ ଅଯଥାରେ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀକୁ ମହଙ୍ଗା କରୁଛନ୍ତି । ବର୍ତ୍ତମାନ ରୋଜଗାର ନ ଥିବାରୁ ଘର ଚଳାଇବା କଷ୍ଟକର । ଏମିତିରେ ଦରଦାମ ବଢ଼ାଇବା କେତେଦୂର ଯଥାର୍ଥ ବୋଲି ସେ ପ୍ରଶ୍ନ କରିଛନ୍ତି । ରାଜ୍ୟ ବ୍ୟବସାୟୀ ମହାସଂଘର ସାଧାରଣ
ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି ଯେ, ବଜାରରେ ବର୍ତ୍ତମାନ ଯାହା ସ୍ଥିତି ସେଥିରେ ଦର ନିୟନ୍ତ୍ରଣକୁ ସରକାର କଡାକଡି କରିବା ଦରକାର । ସପିଂ ମଲ୍‌ଗୁଡିକରେ ଖୋଲିଥିବା ମଲ୍ଟି ନ୍ୟାସନାଲ କମ୍ପାନୀଗୁଡିକର ​‌ଷ୍ଟୋରରେ ଦର ବଜାର ତୁଳନାରେ ଅଧିକାଂଶ ଜିନିଷ କିଲୋ କିମ୍ବା ଲିଟର ପ୍ରତି ୧୦-୧୫ ଟଙ୍କା ଅଧିକ ନିଆଯାଉଛି । ସରକାର ଏଥିପ୍ରତି ଦୃଷ୍ଟି ଦେଲେ ଭଲ ହେବ । ତେଣୁ ସରକାର କେବଳ ଖଚୁରା ବ୍ୟବସାୟୀ ନୁହେଁ ମଲ୍‌ଗୁଡିକ ଉପ​‌​‌ରେ ଦର ନିୟନ୍ତ୍ରଣ ପ୍ରତି ଗୁରୁତ୍ବ ​ଦେଲେ ଭଲ ହେବ ​‌ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

Hot this week

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

Related Articles

Popular Categories