www.samajalive.in
Sunday, December 7, 2025
13.1 C
Bhubaneswar

ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ବସନ୍ତ ଦାସଙ୍କ ୮୧ତମ ଜୟନ୍ତୀ ପାଳିତ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ବସନ୍ତ ଦାସଙ୍କ ଏକାଅଶୀତମ ଜୟନ୍ତୀ ଅବସରରେ ତାଙ୍କ ଦ୍ୱାରା ଲିଖିତ “ପଲିଟିକାଲ ହିଷ୍ଟ୍ରି ଅଫ୍‍ ମର୍ଡର୍ଣ୍ଣ ଓଡିଶା” ପୁସ୍ତକଟି ଆଜି ମଧ୍ୟାହ୍ନରେ ବୁଦ୍ଧ ମନ୍ଦିର ସଭାଗୃହରେ ଏକ ମନୋରମ ପରିବେଶରେ ବିଶିଷ୍ଟ ବୁଦ୍ଧିଜୀବୀ, ସମ୍ବାଦର ସଂପାଦକ ତଥା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଯାଇଛି।

ପୂଜ୍ୟ ପ୍ରଣାମ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି ସମ୍ବର୍ଦ୍ଧନା ତଥା ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ କହିଲେ ଯେ ବସନ୍ତ ବାବୁ ଆଜି ଏକାଅଶୀ ବର୍ଷରେ ପଦାର୍ପଣ କରିବା ସହ ଓଡିଶା ରାଜନୀତି ଉପରେ ରୁଚି ରଖୁଥିବା ଅଗଣିତ ଛାତ୍ର, ଯୁବକ, ଗବେଷକ, ସମାଲୋଚକ ତଥା ରାଜନୀତିଜ୍ଞମାନଙ୍କ ପାଇଁ ଉପାଦେୟ ପୁସ୍ତକଟି ଉପହାର ଦେଇଛନ୍ତି। ଏହି ପୁସ୍ତକଟି ଓଡିଶା ରାଜନୀତି ବିବର୍ତନର ଏକ ଜ୍ଜ୍ୱଳନ୍ତ ଦସ୍ତାବିଜ୍‍ ବୋଲି ସେ କହିଥିଲେ।

- Advertisement -

ବିଶିଷ୍ଟ ଅତିଥି ଡଃ ଭଗବାନ ପ୍ରକାଶ କହିଲେ ଯେ ପରମାତ୍ମାଙ୍କ ଅଶେଷ କୃପାରୁ ବସନ୍ତ ବାବୁ ୮୧ ବର୍ଷ ବୟସରେ ତାଙ୍କ ଲେଖନୀକୁ ଶାଣିତ କରି ରଖିଛନ୍ତି। ବରିଷ୍ଠ ପୂର୍ବତନ ପ୍ରଶାସକ ସଞ୍ଜୀବ ଚନ୍ଦ୍ର ହୋତା କହିଲେ ଯେ ସତ୍ୟ ପ୍ରକାଶ କରିବା ଯେଭଳି କଠୋର, ସତ୍ୟକୁ ଗ୍ରହଣ କରିବା ଆହୁରି କଠୋର। କିନ୍ତୁ ଆଜକୁ ୫୦ ବର୍ଷ ହେବ ସତ୍ୟ ପ୍ରକାଶ କରିବାରେ ବସନ୍ତ ବାବୁ କେବେହେଲେ ଦ୍ୱିଧା କରିନାହାନ୍ତି।

ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ, ବସନ୍ତ ବାବୁଙ୍କ ବନ୍ଧୁ ବତ୍ସଳତା ଉପରେ ଆଲୋକପାତ କରିବା ପରେ ଅନ୍ୟତମ ଅତିଥି ଡଃ ବିମଳେନ୍ଦୁ ମହାନ୍ତି, ବସନ୍ତ ବାବୁଙ୍କ ସାମ୍ବାଦିକତା ଓ ସାହିତ୍ୟିକ ଜୀବନୀ ବିଷୟରେ ଏକ ତୁଳନାତ୍ମକ ତଥ୍ୟ ଦେଇଥିଲେ। ପୂଜ୍ୟ ପ୍ରଣାମ ଟ୍ରଷ୍ଟର ଅଧ୍ୟକ୍ଷ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ସ୍ୱାଗତ ଭାଷଣ ଓ ବି.କେ ପବ୍ଲିକେଶନର ପ୍ରୋପାଇଟର ବିଜୟ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ବରିଷ୍ଠ ସାମ୍ବାଦିକ ଶ୍ରୀ ଦାସ ସମ୍ବର୍ଦ୍ଧନାର ଉତରରେ କହିଥିଲେ ଯେ ଜୀବନକାଳ ଭିତରେ ଏଭଳି କିଛି କାର୍ଯ୍ୟ କରିବା ଯାହାପାଇଁ ଓଡିଶାର ଲୋକେ ଆମକୁ ମନେ ପକାଇବେ। ଏହି ଅବସରରେ ବୁଦ୍ଧ ମନ୍ଦିର ପକ୍ଷରୁ ଡଃ ସୌରେନ୍ଦ୍ର ମହାପାତ୍ର, ଓଡିଶା ବୁଦ୍ଧିଜୀବୀ ମଞ୍ଚ ପକ୍ଷରୁ ଡଃ ବଦ୍ରିନାଥ ପଟ୍ଟନାୟକ, ଆର୍ଯ୍ୟ ସମାଜ ଓଡିଶା ପକ୍ଷରୁ ଇଂ. ବିବେକାନନ୍ଦ ପାତ୍ର, ହାପି ଲିଭିଂ ଫାଉଣ୍ଡେସନ ପକ୍ଷରୁ ଡଃ ମନୋଜ ଲେଙ୍କା, ସୀତାବଲ୍ଲଭ ମହାପାତ୍ର, ପର୍ଶୁରାମ ଦ୍ୱିବେଦୀ, ସୁଖଧାମ ବୃଦ୍ଧାଶ୍ରମ ପକ୍ଷରୁ ଦେବଜାନୀ ରାୟ, ଦେବୀପ୍ରସାଦ ମଲ୍ଲିକ, ପ୍ରଫେସର ବୁଦ୍ଧଦେବ ମିଶ୍ର, ପ୍ରଫେସର କମଳାକାନ୍ତ ମହାପାତ୍ର, ଶ୍ରୀମତୀ ତନୁଜା ରଥ, ଶ୍ରୀମତୀ ନିବେଦିତା ଭଞ୍ଜ, ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ପଟ୍ଟନାୟକ, ଅନନ୍ତ ପ୍ରସାଦ ସେଠୀ, ପଞ୍ଚାନନ କାନୁନ୍‍ଗୋ, ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ, ଗୌରାଙ୍ଗ ହୋତା ପ୍ରମୁଖ ପୁଷ୍ପଗୁଚ୍ଛ, ଉତରୀୟ ଦେଇ ଶ୍ରୀ ଦାସଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ।

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories