ଭୁବନେଶ୍ୱର : କରୋନା ମହାମାରୀ ଜନିତ ଲକ୍ଡାଉନ୍ ପରିସ୍ଥିତିରେ ଗରିବ, ଶ୍ରମିକ, ଆର୍ଥିକ ଅନଗ୍ରସର ଓ ନିଷ୍ପେସିତ ବସ୍ତିବାସିନ୍ଦାଙ୍କୁ ବିଭିନ୍ନ ପ୍ରକର ସେବା ଯୋଗାଉଛି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ। ଏହି ସେବାକାମାନେ କେବଳ ସଂଘର ସ୍ୱୟଂସେବକମାନେ ସାମିଲ ହୋଇ ନାହାଁନ୍ତି, ସେମାନଙ୍କ ସହିତ ସେମାନଙ୍କର ପରିବାର ମଧ୍ୟ ସାମିଲ ହୋଇଛନ୍ତି। ମଇ ୪ ତାରିଖ ଦିନ ଠାରୁ କାମାକ୍ଷାନଗର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀ ଏବଂ ତାଙ୍କ ସହାୟକମାନଙ୍କ ନିମନ୍ତେ ରାତ୍ର ସମୟରେ ଭୋଜନ ବ୍ୟବସ୍ଥା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ କାମାକ୍ଷାନଗର ତରଫରୁ ଆରମ୍ଭ ହୋଇଛି। ଏହି ଭୋଜନ ବ୍ୟବସ୍ଥା ମଇ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ। ସ୍ୱୟଂସେବକଙ୍କ ପରିବାରର ଲୋକମାନେ ଏହି ଭୋଜନ ତିଆରି କରୁଥିବା ବେଳେ ସ୍ୱୟଂସେବକ ଭାଇମାନେ ଏହାକୁ ନେଇ ପରିବେଷଣ କରୁଛନ୍ତି।
Popular Categories



