ଭୁବନେଶ୍ବର : ଦେଶ ତଥା ରାଜ୍ୟରେ କରୋନା ସ୍ଥିତି ପାଇଁ ବିଭିନ୍ନ କଟକଣା ରହିଥିବା ବେଳେ ରାଜ୍ୟ ସ୍ବଳ୍ପ ସଞ୍ଚୟ ଉଠାଣ କାର୍ଯ୍ୟକ୍ରମକୁ ଘୁଞ୍ଚାଇ ଦେଇଛନ୍ତି। ଏ ନେଇ ସବୁ ଜିଲାର ଜିଲାପାଳଙ୍କୁ ଅର୍ଥ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି।
ଅର୍ଥ ବିଭାଗ ସୂଚନା ଅନୁଯାୟୀ, କୋଭିଡ -୧୯ ପ୍ରରିପେକ୍ଷୀରେ ରାଜ୍ୟରେ ଏପ୍ରିଲ ୩୦ ତାରିଖ ପର୍ୟ୍ୟନ୍ତ ଲକଡାଉନ ଘୋଷଣା କରାଯାଇଥିବାରୁ ଆସନ୍ତା ୨୬ ତାରିଖରେ ଅର୍ଥ ବିଭାଗର ସ୍ବଳ୍ପ ସଞ୍ଚୟ ନିର୍ଦେଶାଳୟ ପକ୍ଷରୁ ହେବାକୁ ଥିବା ସ୍ବଳ୍ପ ସଞ୍ଚୟ ଉଠାଣ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି। ସ୍ଥଗିତ କରାଯାଇଥିବା ’ଏକ୍ୟୁ’ ସିରିଜର ଓଡିଶା ସ୍ବଳ୍ପ ସଞ୍ଚୟ ପ୍ରୋତ୍ସାହନ ଯୋଜନାର ଉଠାଣ ଜୁଲାଇ ମାସ ୨୬ ତାରିଖରେ ହେବାକୁ ଆପାତତଃ ସ୍ଥିର କରାଯାଇଥିବା ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି। ଅର୍ଥମନ୍ତ୍ରୀଙ୍କ ଅନୁମୋଦନକ୍ରମେ ଏ ନେଇ ସମସ୍ତ ଜିଲାପାଳ ଓ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଜଣାଇ ଦିଆଯାଇଥିବା ସୂଚନା ଦିଆଯାଇଛି।



