www.samajalive.in
Thursday, December 11, 2025
13.1 C
Bhubaneswar

ବସୁନ୍ଧରା ଯୋଜନାରେ ଘରଡିହ ଜମି ପାଇଲେଣି ୪୭,୯୯୮ : ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି

ଭୁବନେଶ୍ବର : ରାଜ୍ୟରେ ବସୁନ୍ଧରା ଯୋଜନାରେ ୪୭,୯୯୮ ଜଣ ବ୍ୟକ୍ତିଙ୍କୁ ଘରଡିହ ଜମି ପ୍ରଦାନ କରାଯାଇଛି । ଏବେ ୯୭୦୦ ଜଣ ବ୍ୟକ୍ତି ଘରଡିହ ପାଇବାକୁ ବାକି ରହିଛନ୍ତି । ସମସ୍ତ ଯୋଗ୍ୟ ବିବେଚିତ ଘରଡିହ ଶୂନ୍ୟ ପରିବାରମାନଙ୍କୁ ଯଥାଶୀଘ୍ର ଘରଡିହ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଉଛି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି ।

ଶୁକ୍ରବାର ବିଧାନସଭାରେ ଏ ସଂକ୍ରାନ୍ତରେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ପଚାରିଥିବା ପ୍ରଶ୍ନର ଉତ୍ତରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି  ଏହା କହିଛନ୍ତି । ବସୁନ୍ଧରା ଯୋଜନାରେ ଘରଡିହ ଯୋଗାଣ ପାଇଁ ୨୦୧୮ ମସିହାରେ କରାଯାଇଥିବା ସର୍ବେକ୍ଷଣ ଅନୁଯାୟୀ ମୋଟ୍‍ ୧,୦୬,୮୯୮ ଜଣ ଘରଡିହ ଶୂନ୍ୟ ବ୍ୟକ୍ତି ରାଜ୍ୟରେ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୪୯,୨୦୦ ଜଣ ବ୍ୟକ୍ତି ପରବର୍ତ୍ତୀ ଯାଞ୍ଚ ସମୟରେ ଘରଡିହ ଜମି ପାଇବାପାଇଁ ଯୋଗ୍ୟ ବିବେଚିତ ହୋଇ ନଥିବା ଦୃଷ୍ଟିକୁ ଆସିଥିଲା ।  ଚଳିତବର୍ଷ ଜୁଲାଇ ଶେଷ ସୁଦ୍ଧା ପ୍ରାପ୍ତ ସୂଚନା ଅନୁଯାୟୀ ଘରଡିହ ପାଇବାକୁ ଥିବା ବ୍ୟକ୍ତିଙ୍କ ମଧ୍ୟରେ ବରଗଡ଼ ଜିଲ୍ଲାରେ ସର୍ବାଧିକ ୧୯୯୧ ଜଣ ଥିବାବେଳେ, ବଲାଙ୍ଗିର ଜିଲ୍ଲାରେ ୧୭୯୮, ସୁବର୍ଣ୍ଣପୁରରେ ୭୯୫, ଢେଙ୍କାନାଳରେ ୬୬୯, ପୁରୀରେ ୪୬୭, ସୁନ୍ଦରଗଡ଼ରେ ୪୫୮, ଦେବଗଡ଼ରେ ୪୪୫, ବୌଦରେ ୩୮୧, ଗଞ୍ଜାମରେ ୨୯୦ ଓ ଝାରସୁଗୁଡରେ ୨୬୩ ଜଣ ରହିଛନ୍ତି । ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଜିଲ୍ଲାରେ ଜଣେ ହେଲେ କେହି ଘରଡିହ ପାଇବା ଅପେକ୍ଷା ନଥିବା ମନ୍ତ୍ରୀ କହିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories