www.samajalive.in
Saturday, December 6, 2025
19.1 C
Bhubaneswar

ଦୁଇ ହଜାର ଟଙ୍କା ନୋଟ କାରବାରରେ ତିନିଜଣ ଗିରଫ

ବାସୁଦେବପୁର : ଦୁଇ ହଜାର ଟଙ୍କା ନୋଟ କାରବାରରେ ବାସୁଦେବପୁର ପୁଲିସ ତିନି ଜଣଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ନଗଦ ଅର୍ଥ ରାଶି ଜବତ କରିଥିବା ବେଳେ ମାଷ୍ଟରମାଇଣ୍ଡଙ୍କ ଠାରୁ ନକଲି ପ୍ରେସ ଆଇଡି କାର୍ଡ ପୁଲିସ ଜବତ କରିଛି । ସୂଚନାନୁଯାଇ,ଏହି ଘଟଣାର ମାଷ୍ଟରମାଇଣ୍ଡ କୁହାଯାଉଥିବା ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅଞ୍ଚଳର ସୁବଳକୁମାର ଚୈଧୂରୀ (୫୬)ଙ୍କ ସହ ବାସୁଦେବପୁର ଥାନା ଅଞ୍ଚଳ ବୈକୁଣ୍ଠପୁର ଗ୍ରାମର ଲକ୍ଷ୍ମୀଧର ପତି(୪୨)ଙ୍କ ଯାଜପୁର ଠାରେ ଦେଖା ସାକ୍ଷାତ ହୋଇଥିଲା। ଏହି ସମୟରେ ଖଣ୍ଡିଏ ଦୁଇହଜାର ଟଙ୍କିଆ ନୋଟ ପାଇବାକୁ ହେଲେ ବଦଳରେ ଦଶ ହଜାର ଟଙ୍କା ଦେବାକୁ ପଡିବ ।
ଏହିପରି ଦୁଇଖଣ୍ଡ ଦୁଇହଜାର ଟଙ୍କିଆ ନୋଟ ଘରେ ରଖିଲେ ଅଟକିଥିବା କାମ ଅବିଳମ୍ବେ ହୋଇଯିବ ବୋଲି ମାଷ୍ଟରମାଇଣ୍ଡ ଜଣକ କହିଥିଲା । ସେହି ଅନୁସାରେ ଏହି କାରବାରକୁ ଆଗକୁ ନେବା ପାଇଁ ଯୋଜନା ଚାଲିଥିବା ବେଳେ ନାଇକାଣିଡିହ ଥାନା ଅଞ୍ଚଳ କ୍ଷେମପୁର ଗ୍ରାମର ଦିଲ୍ଲିପକୁମାର ରାଉତ ବାସୁଦେବପୁର ପୁଲିସକୁ ଜଣାଇଥିଲେ । ଖବରପାଇ ବାସୁଦେବପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାଷ୍ଟରମାଇଣ୍ଡଙ୍କ ସମେତ ବେକୁଣ୍ଠପୁର ଗ୍ରାମର ହାକିମଦ୍ଦୁନ ଖାନଙ୍କ ପୁଅ ପତି ଖାନକୁ କାବୁ କରିଥିଲା । ଏହି ସମୟରେ ଏକାବନ ଖଣ୍ଡ ଦୁଇହଜାର ଟଙ୍କିଆ ନୋଟ, ତିରିଶ ଖଣ୍ଡ ପାଞ୍ଚଶହ ଟଙ୍କିଆ ନୋଟ ସମେତ ମୋଟ ଏକଲକ୍ଷ ପନ୍ଦର ହଜାର ଟଙ୍କା ଜବତ କରିଛି । ତେବେ ଏକଲକ୍ଷ ଦୁଇ ହଜାର ଟଙ୍କା କାରବାର କରାଯିବା ପାଇଁ ରହିଥିଲା ବୋଲି ପୁଲିସ ତଦନ୍ତ ସମୟରେ ଜାଣିବାକୁ ପାଇଛି ବୋଲି ଜଣାଇଛି । ତେବେ ଜବତ କରାଯାଇଥିବା ନୋଟର ସିରିୟଲ ନମ୍ବରକୁ ନେଇ ପୁଲିସ ଚକିତ ହୋଇଛି ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories