ସାହିତିକ ସୁରେନ୍ଦ୍ର ପ୍ରସାଦ ମହାନ୍ତି ସମ୍ବର୍ଦ୍ଧିତ

ବାସୁଦେବପୁର : ବାସୁଦେବପୁର ବେତଡା ଅଞ୍ଚଳର ସୁପରିଚିତ ସାହିତିକ ଡ. ସୁରେନ୍ଦ ପ୍ରସାଦ ମହାନ୍ତିଙ୍କୁ ଭୁବନେଶ୍ୱରସ୍ଥିତ ଜୟଦେବ ଭବନ ଠାରେ ସମ୍ବର୍ଦ୍ଧିତ କରାଯାଇଛି। ‘ସକାଳ ସାଥୀ’ ପକ୍ଷରୁ ଆୟୋଜିତ ପାଠକ ପର୍ବରେ ସାରସ୍ୱତ ସାଧନା ପାଇଁ ସମ୍ବର୍ଦ୍ଧିତ କରାଯାଇଛି। ଡ. ମହାନ୍ତି ଛପନ ଖଣ୍ଡରୁ ଉର୍ଦ୍ଧ ଆଧ୍ୟାତ୍ମିକ ପୁସ୍ତକ ରଚନା କରି ଉତ୍କଳୀୟ ବାଣୀ ଭଣ୍ଡାରକୁ ସମୃଦ୍ଧ କରି ପାରିଛନ୍ତି ବୋଲି ଉପସ୍ଥିତ ଅତିଥିମାନେ ମତପୋଷଣ କରିଥିଲେ। ସାମ୍ବାଦିକ ପ୍ରସନ୍ନ କୁମାର ଦାସଙ୍କ ସଭାପତିତ୍ୱରେ ଉଚ୍ଚ ଅଦାଲତର ପ୍ରାକ୍ତନ ବିଚାରପତି ଜଷ୍ଟିସ ରତିକାନ୍ତ ମହାପାତ୍ର ଯୋଗଦେଇ ଆନୁଷ୍ଠାନିକ ଭାବରେ ଉତ୍ସବକୁ ଉଦଘାଟନ କରିଥିଲେ।

ପ୍ରାଧ୍ୟାପକ ବିଦ୍ୟୁତଲତା ମିଶ୍ର ମୁଖ୍ୟଅତିଥି ଭାବରେ ଯୋଗଦେଇଥିବା ବେଳେ ପ୍ରାଧ୍ୟାପକ ଡ.ସେଖ କଲିମଉଲ୍ଲା ମୁଖ୍ୟବକ୍ତା ଭାବରେ ଯୋଗଦେଇଥିଲେ। ସେହିପରି ବରେଣ୍ୟ ଅତିଥି ଭାବରେ ନିଷ୍ଟ ଅଧ୍ୟକ୍ଷ ପ୍ରଜ୍ଞାପରମିତା ପାଢୀ,ସାମ୍ବାଦିକ ଶରତଚନ୍ଦ୍ର ବେହେରା,ସିଦ୍ଧଗିରି ମଠ ମହନ୍ତ ବାବାଜୀ ବିଶ୍ୱନାଥ ଦାସ ମହାରାଜ ଓ ଡ. ସ୍ୱର୍ଣ୍ଣଲତା ଲେଙ୍କାପ୍ରମୁଖ ଯୋଗଦେଇଥିଲେ।

ଏହି ଉତ୍ସବରେ ଡ. ମହାନ୍ତିଙ୍କ ‘ଟେଲସ ଅଫ ଫେମେସ ପ୍ଲେଜ’ ପୁସ୍ତକ ଲୋକାର୍ପିତ ହୋଇଥିଲା । ଡ.ମହାନ୍ତି ତାଙ୍କ ଲେଖକୀୟ ବକ୍ତବ୍ୟରେ ଗ୍ରୀସ, ନରୱେ,ଇଂଲଣ୍ଡ, ଜର୍ମାନ ଓ ଆମେରିକା ପ୍ରଭୃତି ଦେଶର ଚଉଦଗୋଟି ନାକଟକର ସାରମର୍ମ ଉପରେ ଆଲୋକପାତ କରିଥିଲେ ଏହି ଅବସରରେ ବହୁ ଜ୍ଞାନୀଗୁଣୀ,ସମାଜସେବୀ, କବି, ଲେଖକମାନେ ଯୋଗଦେଇଥିଲେ।

Comments are closed.