ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ଘଟଣାରେ ନୂଆମୋଡ, ଦୋକାନ ବାରଣ୍ଡାରେ ବାନ୍ତି କରିବାରୁ ମାଡମାରି ହତ୍ୟା !

ବାସୁଦେବପୁର: ନାଲକାଣିଡିହ ଥାନା ଅଧିନ ବାଲିମୁଣ୍ଡା ଛକ ଠାରେ ଟ୍ରକ ଡ୍ରାଇଭରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଆସିଛି ନୂଆମୋଡ । ଟ୍ରକ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର କରି ଅପମୃତ୍ୟୁ ମାମଲା ଋଜୁ କରି ତଦନ୍ତ ଚଳାଇଥିବା ପୋଲିସକୁ ମିଳିଛି ବଡ ସଫଳତା । ତଦନ୍ତ ସମୟରେ ଦୋକାନ ବାରଣ୍ଡାରେ ବାନ୍ତି କରିବା କାରଣରୁ ମାଡମାରି ଜୀବନରୁ ମାରିଦେଇଥିବାକୁ ନେଇ ସିନ ରିକ୍ରିଏସନ ପରେ ଦୁଇ ହତ୍ୟା ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଗଲାଣ କରିଛି ପୁଲିସ।

ଆଜି ଏନେଇ ଏକ ଖବରଦାତା ସମ୍ମିଳନୀରେ ସମସ୍ତ ତଥ୍ୟ ସାମନାକୁ ଆଣିଛି ନାଇକାଣିଡିହ ପୁଲିସ । ପୁଲିସ ସୂଚନା ମୁତାବକ, ଅଗଷ୍ଟ ୧୪ ତାରିଖ ରାତି ଏଗାରଟା ସମୟରେ ଟ୍ରକ ନମ୍ବର ଓଡି୦୯ ଜି୫୮୬୮ ନାମକ ଆଇରନ ବୋଝେଇ ଟ୍ରକରେ ଯାନ୍ତ୍ରୀକ ତ୍ରୁଟି ଦେଖାଦେବାରୁ ଟ୍ରକ ଡ୍ରାଇଭର ପ୍ରଫୁଲ୍ଲ ମୁଦି ଟ୍ରକ ମାଲିକ କେନ୍ଦୁଝର ଜିଲାର ରଞ୍ଜିତକୁମାର ଆପଟଙ୍କୁ ଫୋନ କରି ଜଣାଇଥିଲେ । ଭିଡିଓ କଲ କରି ଦେଖାଇବା ପାଇଁ ମାଲିକ କହିବାରୁ ଡ୍ରାଇଭର ଜଣକ ବାଲିମୁଣ୍ଡା ଛକଠାରେ ଥିବା ଏକ ରାକ୍ଷୀ ଦୋକାନକୁ ଯାଇ ଭିଡିଓକଲ କରିବାକୁ ଅନୁରୋଧ କରିଥିଲେ ।

ମାତ୍ର ରାକ୍ଷୀଦୋକାନୀ ବିଶ୍ଵଜିତ ସାମନ୍ତ ଏବଂ ତାର ଦୁଇବନ୍ଧୁ ଭିଡିଓକଲ କରିଲେ ଆମକୁ କଣଦେବ ବୋଲି କହିବାରୁ ଟ୍ରକ ଡ୍ରାଇଭର ଖାଇବାକୁ ଦେବେ ବୋଲି କହିଥିଲେ । କଥା ଛିଡିବା ପରେ ରାକ୍ଷୀ ଦୋକାନରୁ ମୋବାଇଲ ନେଇ ଭିଡିଓକଲ କରି ଟ୍ରକମାଲିକଙ୍କୁ ଯାନ୍ତ୍ରୀକ ତ୍ରୁଟି ଦେଖାଇଥିଲା ଡ୍ରାଇଭର । ରାକ୍ଷୀ ଦୋକାନୀଙ୍କ ସହ କଥାନୁଯାଇ ଖାଇବା ସହିତ ମଦ ପିଇଥିଲେ । ତେବେ ଅତ୍ୟଧିକ ମଦ ଡ୍ରାଇଭରକୁ ପିଆଇଦେବା କାରଣରୁ ଡ୍ରାଇଭରର ବାନ୍ତି ହୋଇଥିଲା । ଟ୍ରକ ଡ୍ରାଇଭର ଦୋକାନ ବାରଣ୍ଡାରେ ବାନ୍ତି କରିବାରୁ ବିଶ୍ଵଜିତ ସାମନ୍ତ, ପରିତୋଷ ସାମନ୍ତ ଓ ଗୋବିନ୍ଦଚନ୍ଦ୍ର ସେଠୀ ମିଳିତ ଭାବରେ ମାଡମାରିଥିଲେ ।  ସଂଜ୍ଞାହୀନ ଅବସ୍ଥାରେ ଦୋକାନ ବାରଣ୍ଡାରୁ ନେଇ ଟ୍ରକ ନିକଟରେ ଶୁଆଇଦେଇ ସଭିଏଁ ତିନିଜଣ ନିଜ ଘରକୁ ଚାଲିଯାଇଥିଲେ।

ରାତି ପାହିବା ପରେ ମୃତଦେହକୁ ଜବତ ପରେ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ୨୦୧ /୨୪ ବଳରେ ଅପମୄତ୍ୟୁ ମାମଲା ୠଜୁକରି ଘଟଣାର ତଦନ୍ତ ଚଳାଇଥିଲା ପୁଲିସ । ବ୍ୟବଛେଦ ରିପୋର୍ଟ, ସ୍ଥାନୀୟ ଅଞ୍ଚଳର ପାରିପାର୍ଶ୍ଵିକ ପରିସ୍ଥିତି ସହିତ ସିସିଟିଭି କ୍ୟାମେରା ଫୁଟେକ ଅନୁଯାଇ ପୁଲିସ୍ ହତ୍ୟା ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିଥିଲା । ଆଜି ଏହି ଘଟଣାକୁ ଥାନା ପରିସରରେ ଖବରଦାତା ସମ୍ମିଳନୀରେ ଥାନାଧିକାରୀ ସାଲଖାନ ମୁର୍ମୁ ଓ ଏସଆଇ ସୁନିତା ହେମ୍ରୁମଙ୍କ ଉପସ୍ଥିତିରେ ସଦର ଏସଡିପିଓ ସୌରଭ ଓତା ସୂଚନା ଦେଇଛନ୍ତି ।

Comments are closed.