www.samajalive.in
Friday, December 5, 2025
26.1 C
Bhubaneswar

ପୋଡା ବାସନକୁ ସଫା କରିବାର ସହଜ ଉପାୟ

ରୋଷେଇ ଘରେ ବାସନ ସଫା ସୁତୁରା ରଖିବା ଦ୍ୱାରା ତାହା ସୁନ୍ଦର ଦେଖାଯାଏ। ଅପରିଷ୍କାର, ଭଙ୍ଗା ବାସନ ରଖିବା ଦ୍ୱାରା ରୋଷେଇ ଘରର ସୌନ୍ଦର୍ଯ୍ୟ ନଷ୍ଟ ହୋଇଯାଏ। କିନ୍ତୁ ବେଳେବେଳେ ଖାଦ୍ୟ ତିଆରି କରିବା ବେଳେ ବାସନ ପୋଡି ଯାଇଥାଏ। ଏପରି ବାସନ ସହଜରେ ସଫା ହୋଇ ନଥାଏ। ଏହାକୁ ସଫା କରିବାକୁ ଅଧିକ ସମୟ ଲାଗିଥାଏ ଏବଂ ଅଧିକ ପରିଶ୍ରମ ମଧ୍ୟ କରିବାକୁ ପଡିଥାଏ।
କିନ୍ତୁ କିଛି ସହଜ ଉପାୟ ଦ୍ୱାରା ବାସନରୁ ପୋଡା ଦାଗ ଛଡା ଯାଇପାରିବ। ଘରେ ଥିବା କିଛି ଦ୍ରବ୍ୟ ବ୍ୟବହାର କରି ଏହି କାର୍ଯ୍ୟ କରିପାରିବା। ଆସନ୍ତୁ ଜାଣିବା କିପରି ଭାବେ ବାସନରୁ ପୋଡା ଦାଗ ଛଡାଇ ପାରିବା..ବେକିଙ୍ଗ ସୋଡା: ପୋଡି ଯାଇଥିବା ବାସନରେ ଏକ ଚାମଚ ବେକିଙ୍ଗ ସୋଡା ପକାଇ ଦିଅନ୍ତୁ। ସେଥିରେ ଦୁଇ ଚାମଚ ଲେମ୍ବୁ ରସ ଓ ଦୁଇ କପ ଗରମ ପାଣି ଢାଳନ୍ତୁ। ତାପରେ ଷ୍ଟିଲର ବାସନ ମଜାରେ ତାକୁ ଘଷି ସଫା କରନ୍ତୁ। ଏପରି କରିବା ଦ୍ୱାରା ବାସନରୁ ପୋଡା ଦାଗ ଛାଡିବା ସହ ଚମକ ବଜାୟ ରହିଥାଏ।
ଲେମ୍ବୁ ରସ: ଏକ କଞ୍ଚା ଲେମ୍ବୁ ନେଇ ତାକୁ ପୋଡି ଯାଇଥିବା ବାସନରେ କିଛି ସମୟ ଘଷନ୍ତୁ। ତାପରେ ସେଥିରେ ଦୁଇ କପ ଗରମ ପାଣି ଢାଳନ୍ତୁ। ଏକ ବ୍ରଶ ସାହାର୍ଯ୍ୟରେ ପୋଡି ଯାଇଥିବା ଅଂଶକୁ ଭଲ ଭାବେ ସଫା କରି ଦିଅନ୍ତୁ। ଏପରି ସଫା କରିବା ଦ୍ୱାରା ପୋଡା ଦାଗ ଶୀଘ୍ର ଛାଡି ଯାଇଥାଏ।ଲୁଣ: ପୋଡି ଯାଇଥିବା ବାସନକୁ ଲୁଣ ଓ ପାଣି ଦ୍ୱାରା ମଧ୍ୟ ସଫା କରାଯାଇ ପାରିବ। ତେଣୁ ପାଣିକୁ ପ୍ରଥମେ ପୋଡି ଯାଇଥିବା ବାସନରେ ୪ମିନିଟ ଫୁଟାଇ ଦିଅନ୍ତୁ। ଏହାପରେ ବାସନ ମଜାକୁ ନେଇ ଆସ୍ତେ ଆସ୍ତେ ପୋଡା ଦାଗ ଉପରେ ଘଷନ୍ତୁ। ତାପରେ ଭଲ ପାଣିରେ ଧୋଇ ଦିଅନ୍ତୁ। ଆପଣ ଦେଖିବେ ବାସନରୁ ପୋଡା ଦାଗ ଭଲ ଭାବେ ଛାଡି ଯାଇଥିବ।
ଟମାଟୋ ରସ: ପୋଡି ଯାଇଥିବା ବାସନରୁ ଦାଗ ଛଡାଇବା ପାଇଁ ଟମାଟୋ ରସ ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥାଏ। ପୋଡି ଯାଇଥିବା ବାସନରେ ଟମାଟୋ ରସ ଓ ପାଣି ମିଶାଇ ଫୁଟାନ୍ତୁ। ତାପରେ ତାକୁ ଅଳ୍ପ ଘଷି ସଫା କରିଦିଅନ୍ତୁ। ଏପରି କରିବା ଦ୍ୱାରା ସହଜରେ ଦାଗ ଛାଡି ଯାଇଥାଏ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories