ବାରୁଣୀ ବୁଡ଼ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ସୁଆଣ୍ଡୋ : ରାତି ପାହିଲେ ବାରୁଣୀ ବୁଡ଼। ମେଳା ପଡ଼ିଆରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କପିଳ ସଂହିତାରେ ବର୍ଣ୍ଣିତ ତଥା ବାରୁଣୀ ପୁରାଣ ଓ ଜନସ୍ମୁତି ଆଧାରରେ ପୁରୀଜିଲାରେ ପ୍ରବାହିତ ପୁଣ୍ୟତୋୟା ଭାର୍ଗବୀ ନଦୀର ବଳପୁର- ସୁଆଣ୍ଡୋ ନିକଟସ୍ଥ ଭ୍ରୁଗୁଘାଟରେ ମଙ୍ଗଳବାର ସାଗର ସ୍ନାନ ବା ବାରୁଣୀ ବୁଡ଼ ହେବ। ଏହି ଦିନ ନଦୀରେ ବୁଡ଼ ପକାଇଲେ ବହୁ ପୁଣ୍ୟ ହୋଇଥାଏ ବୋଲି କାହିଁ କେଉଁ କାଳରୁ ଜନ ବିଶ୍ବାସ ରହିଆସିଛି । ନଦୀର ପଶ୍ଚିମ ପଟେ ବରାଳ ବାଲୁଙ୍କେଶ୍ୱର, ବଳପୁର ବାଲୁଙ୍କେଶ୍ୱର, ପୂର୍ବପଟରେ ସୁଆଣ୍ଡୋ ଲୋକେଶ୍ୱର ଓ ବିଦ୍ୟାଧରପୁର କୁଣ୍ଡଳେଶ୍ୱର ମହାଦେବ ଘଣ୍ଟ ପଖାଉଜ କାହାଳୀ ସଂକୀର୍ତ୍ତନ ଓ ବାଜା ବାଜି ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ଆସି ତୀର୍ଥ ମଣ୍ଡପରେ ବିଜେ କରିବେ । ଚତୁଶମ୍ଭୁଙ୍କ ଏକତ୍ର ସ୍ନାନ ଆଳତି ସରିବା ପରେ ଶ୍ରଦ୍ଧାଳୁମାନେ ନଦୀରେ ବୁଡ଼ ପକାଇଥାନ୍ତି । ମେଳାରେ କେତେକ ଶିଶୁଙ୍କର କେଶ ମୁଣ୍ଡନ, ବିବାହ ଆଦି ଶୁଭ କର୍ମର ନିର୍ବନ୍ଧ କରାଯିବା ସହିତ ବିଭିନ୍ନ ଗ୍ରାମ କୋଠ ଓ ବ୍ୟକ୍ତି ବିଶେଷଙ୍କ ମାନସିକ ଭୋଗ କରାଯାଇଥାଏ । ବିପୁଳ ପରିମାଣର ଚୁଡ଼ାଘଷା ଓ ଖଇ, କଦଳୀ, ଫଳମୂଳ ଠାକୁରଙ୍କୁ ଭୋଗ ଲଗାଇଥାନ୍ତି।

kalyan agarbati

Comments are closed.