www.samajalive.in
Friday, December 5, 2025
26.1 C
Bhubaneswar

ଭିଡିଓ ଭାଇରାଲ ଘଟଣା, କଟକ ପୁରୀଘାଟ ଥାନାରେ ଏତଲା ଦେଲେ ବର୍ଷା

ଭୁବନେଶ୍ବର: ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସୋଶିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବା ପରେ ପୁଣି ଆରମ୍ଭ ହୋଇଛି ବିବାଦ। ଏନେଇ ଶୁକ୍ରବାର ବିଳମ୍ବିତ ରାତିରେ ବର୍ଷା ପୁରୀଘାଟ ଥାନାରେ ଲିଖତ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ୨ ଦିନ ତଳେ ବର୍ଷା ଓ ଅନୁଭବ ପାଟିତୁଣ୍ଡ ଲାଗିଥିବା ଭିଡିଓ ଭାଇରାଲ ହୋଇଥିଲା। ତାଙ୍କ ଭାବମୂର୍ତ୍ତିରେ ଆଞ୍ଚ ଆଣିବା ପାଇଁ ତଥା ତାଙ୍କୁ ବଦନାମ କରିବାକୁ ଭିଡିଓ ଭାଇରାଲ କରାଯାଇଥିବା ଅଭିଯୋଗ କରିଛନ୍ତି ବର୍ଷା।

- Advertisement -

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କରିଥିବା ଏକ ମାମଲାରେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି କଟକ ଏସଡିଜିଏମ୍ କୋର୍ଟରେ ଶୁକ୍ରବାର ହାଜର ହୋଇଥିଲେ। ସେଠାରେ ସ୍ତ୍ରୀ ବର୍ଷା ପ୍ରିୟଦର୍ଶନୀ କରିଥିବା ମାମଲା ଉପରେ ଉତ୍ତର ରଖିଥିଲେ ଅନୁଭବ ମହାନ୍ତି, କହିଥିଲେ ଯେ ଯିଏ ଦୋଷୀ ତାଙ୍କୁ ଦଣ୍ଡ ମିଳୁ। ଏତିକି ସେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି। ଏହା ସହିତ ଓକିଲଙ୍କ ଜରିଆରେ ଅନୁଭବ କୋର୍ଟରେ ସତ୍ୟପାଠ ମଧ୍ୟ ଦାଖଲ କରିଥିଲେ।

ସୂଚନାଯୋଗ୍ୟ ଯେ, ବେଶ କିଛି ଦିନ ହେବ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ତାଙ୍କ ସ୍ୱାମୀ ସାଂସଦ ଅନୁଭବ ମହାନ୍ତିଙ୍କ ମଧ୍ୟରେ ପାରିବାରିକ ବିବାଦ ଲାଗି ରହିଛି। ଏ ସଂକ୍ରାନ୍ତରେ ମାମଲା କୋର୍ଟରେ ଚାଲିଥିବା ବେଳେ କଥା ଯାଇ ଛାଡପତ୍ର ଦେବା ପର୍ଯ୍ୟନ୍ତ ପହଞ୍ଚି ସାରିଛି। ଅଭିନେତ୍ରୀ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଛାଡପତ୍ର ଦେବା ପାଇଁ ସ୍ବାମୀ ଅନୁଭବ ମହାନ୍ତି ଦିଲ୍ଲୀ ପଟିଆଲା କୋର୍ଟରେ ଆବେଦନ କରିଛନ୍ତି। ଅପରପକ୍ଷରେ ବର୍ଷା ପ୍ରିୟଦର୍ଶିନୀ ନିଜ ଭରଣପୋଷଣ ପାଇଁ କଟକ ଏସଡିଜେଏମ କୋର୍ଟରେ ଆବେଦନ କରିଛନ୍ତି।

 

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories