www.samajalive.in
Saturday, December 6, 2025
23.1 C
Bhubaneswar

ପ୍ରଧାନ କ୍ରାଫ୍ଟୋରେ ଆନ୍ତଃରାଷ୍ଟ୍ରିୟ ଯୋଗଦିବସ

ବରପାଲି : ବରପାଲି ପ୍ରଧାନ କ୍ରାଫ୍ଟୋ ପାର୍କ ପକ୍ଷରୁ ଆନ୍ତଃରାଷ୍ଟ୍ରିୟ ଯୋଗଦିବସ ଶିଶୁ ଶିକ୍ଷାକେନ୍ଦ୍ର ପରିସରରେ ପାଳିତ ହୋଇଯାଇଛି। ସୋମବାର ପୁର୍ବାହ୍ନରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ବଳରାମ ପ୍ରଧାନ ଓ ମୁଖ୍ୟବକ୍ତା ଲେଣ୍ଡା ହାଇସ୍କୁଲ ପ୍ରଧାନଶିକ୍ଷୟତ୍ରୀଙ୍କ ସହଯୋଗରେ କାର୍ଯ୍ୟକ୍ରମ ଉଦଘାଟିତ ହୋଇଥିଲା। କ୍ରାଫ୍ଟୋ ପାର୍କ ମୁଖ୍ୟ ପରିଚାଳକ ବନ୍ଦିତା ପ୍ରଧାନଙ୍କ ତତ୍ୱାଧାନରେ କାର୍ଯ୍ୟକ୍ରମଟି ସଂଚାଳିତ ହୋଇଥିଲା।
ଅତିଥି ଦ୍ୱୟ ଶିଶୁ ଶିକ୍ଷାର୍ଥି ମାନଙ୍କୁ ପ୍ରାଣାୟମ ଓ ଯୋଗାସନ ସହ ସ୍ୱାସ୍ଥ୍ୟରକ୍ଷା ଓ ତାର ସଠିକ ମୂଲ୍ୟାଙ୍କନ ସହ ସୁରକ୍ଷା କ୍ଷେତ୍ରରେ ଯୋଗାଶନର ଉପାଦେୟତା ସମ୍ପର୍କରେ ବୁଝାଇଥିଲେ। ପରେ ପ୍ରଶିକ୍ଷିକା ବନ୍ଦିତା ପ୍ରଧାନଙ୍କ ସହାୟତାରେ ମିଳିତ ସାମୁହିକ ସଦଭାବନା ପ୍ରାର୍ଥନା ପଠନ ସହିତ ଯୋଗାଶନ ପର୍ବ ଆରମ୍ଭ ହୋଇଥିଲା। ଯୋଗାସନ ଓ ପ୍ରାଣାୟାମ ଭିତ୍ତିକ କପାଳଭାତି, ଅନୁଲୋମ ବିଲୋମ,ଭ୍ରମରୀ,ଶିତଲ,ନାଡ଼ି ଶୋଧନ,ଭସ୍ରିକା,ବାହ୍ୟ ପ୍ରାଣାୟାମ, ସ୍ରୁ୍ୟ୍ୟ ପ୍ରଣାମ ସହ ଯୋଗିଙ୍ଗ ଓ ଧ୍ୟାନ ଉପରେ ଶିକ୍ଷା ପ୍ରଦାନ କରାଯାଇଥିଲା। ସରକାରଙ୍କ ଦ୍ୱାରା କୋଭିଡ଼ ୧୯ର ପାଳନିୟ ନିତିନିୟମକୁ ସମ୍ମାନ ଜଣାଇ ସାମାଜିକ ଦୁରତ୍ୱ ମାଧ୍ୟମରେ ଶିବିରଟି ପରିଚାଳିତ ହୋଇଥିଲା। ପରିଶେଷରେ ସଂଘମିତ୍ରା ପଧାନ ଧନ୍ୟବାଦ ଜଣାଇଥିବା ବେଳେ ନନ୍ଦିତା ପ୍ରଧାନ, ସଂଘମିତ୍ର.ସୂଧା,ଗୁଡ଼ଲି,ସୌମ୍ୟା,ମୌଷୁମୀ,କିର୍ତ୍ତିକା ପ୍ରମୁଖ ପରିଚାଳନାରେ ସହୟତା କରିଥିଲେ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories