www.samajalive.in
Friday, December 5, 2025
20.1 C
Bhubaneswar

ଦୁର୍ଗାଷ୍ଟମୀ ମା’ଙ୍କ ପାରମ୍ପରିକ ପୂଜାର୍ଚ୍ଚନା ସହ ଭାଇ ଜୁଇନ୍ତିଆ ସମ୍ପର୍ଣ୍ଣ

ବରପାଲି: ବରପାଲି ତଥା ବିଭିନ୍ନ ଗ୍ରାମାଞ୍ଚଳରେ ମା’ଦୁର୍ଗାଙ୍କ ତ୍ରିଦିନାତ୍ମକ ପୁଜାର୍ଚ୍ଚନାରେ ଶନିବାର ଅଷ୍ଟମୀ ପାରମ୍ପରିକ ରୀତିନୀତିରେ ପାଳିତ ହୋଇଯାଇଛି। କୋଭିଡ଼ ସରକାରୀ ନୀତି ନିୟମକୁ ସମ୍ମାନ ଜଣାଇ ପୂଜାମଣ୍ଡପମାନ ଶୁନାଶାନ ଲାଗୁଥିବା ସମୟରେ ମା’ଙ୍କ ପରମ୍ପରାକୁ ବଜାୟ ରଖି ପଣ୍ଡିତ ଓ ଭକ୍ତ ମାନଙ୍କ ଦ୍ୱାରା ଆଗେଇଚାଲିଛି। ସ୍ଥାନୀୟ ଅଶୋକ କ୍ଲବ ମଣ୍ଡପରେ ପୂଜାକର୍ତ୍ତା ପ୍ରଫୁଲ୍ଲ ସାହୁଙ୍କ ସମେତ ବ୍ଲକ ଅଧ୍ୟକ୍ଷ କିଶୋର ଦଫାଦାର ଓ ସହଯୋଗୀ ଭକ୍ତମାନେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଗତ ଗୁରୁବାର ଧ୍ୱଜାରୋପଣ ଓ ମା’ଙ୍କ ପାଟଖଣ୍ଡା ଧୁଆ ଓ କଳସ ଶୋଭାଯାତ୍ରା ଏବଂ ପୁର୍ଣ୍ଣକୁମ୍ଭ ବିଧିମତେ ପଣ୍ଡିତ ଆନନ୍ଦ ଦାଶ ଓ ଅଶ୍ୱନୀ ରଥଙ୍କ ଦ୍ୱାରା ସମାପନ ହୋଇଥିଲା। ଏହାପରେ ସପ୍ତମୀ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ାୁଭାରମ୍ଭ ହେବା ସହିତ ମାଁ ଭଉଣି ମାନଙ୍କ ଦ୍ୱାରା ଭାଇ ଜିଉନ୍ତିଆ ପର୍ବ ପାଳିତ ହୋଇଥିଲା। ଆଜିି ଭାଇ ଯୁଇନ୍ତିଆ ବ୍ରତଧାରିଣୀମାନେ ନିଜ ଭାଇର ଶୁଭ ମଙ୍ଗଳ କାମନା କରି ମା’ଙ୍କ ପୂଜା ସିନ୍ଦୁର ଚନ୍ଦନ ଟିପା ଲଗାଇବା ସହ ନୂତନ ବସ୍ତ୍ର ଭାଇମାନଙ୍କୁ ପ୍ରଦାନ କରିଥିଲେ।
ସେହିପରି ପ୍ରତିଟି ମଣ୍ଡପରେ ନିରାଡ଼ମ୍ବର ଭାବେ ମହାଷ୍ଟମୀ ପୂଜା ଚଣ୍ଡିପାଠ ହୋମଯଜ୍ଞ କାର୍ଯ୍ୟକ୍ରମର ଆରମ୍ଭ ହୋଇ ଭିନ୍ନଭିନ୍ନ ନିତିକାନ୍ତି ପାଳିତ ହୋଇଥିଲା। ଆସନ୍ତା ରବିବାର ୨୫ ତାରିଖ ମା’ଙ୍କ ମହାନବମୀ ସନ୍ଧିପୂଜା କାର୍ଯ୍ୟକ୍ରମ ସହ ପୂଜା ପାଳନ କରାଯିବ ଏବଂ ଆସନ୍ତା ସୋମବାର ବିଜୟାଦଶମୀ ଦଶହରା ଉତ୍ସବ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories