୧୧ଲକ୍ଷ ଟଙ୍କାର ଧଳାଜହର ଜବତ; ୩ଗିରଫ

ରେଙ୍ଗାଲି କ୍ୟାମ୍ପ: ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଚକୁଳି ଫାର୍ମ ନିକଟରେ ୧୦୯.୫ ଗ୍ରାମର ଧଳାଜହର ଜବତ ହୋଇଛି । ଘଟଣାରେ ୩ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ଅଭିଯୁକ୍ତ ମାନେ ବରଗଡ଼ ପୌରାଞ୍ଚଳ ୱାର୍ଡ ନଂ ୧ର ଅମଜଦ ଖାନ୍(୩୦), ୱାର୍ଡ ନଂ ୩ ହାଟପଦାର ଅଜୟ ପଟେଲ (୨୫), ୱାର୍ଡ ନଂ ୧୨ର ମହମ୍ମଦ ଅଲତାବ୍ (୨୫) ହୋଇଥିବା ବେଳେ ୫୩ନଂ ଚାରି ଥାକିଆ ମୁଖ୍ୟ ଜାତୀୟ ରାଜପଥ ଚକୁଳି ଫାର୍ମ ଛକ ଠାରେ ପୁଲିସ ଏକ ଏଫ୍.ଜେଡ.ଏସ୍ ବାଇକ୍ ନଂ ଓଡି ୧୭ଜି ୪୩୪୦କୁ ଅଟକାଇ ଯାଞ୍ଚ୍ କରିବା ସମୟରେ ତାଙ୍କ ଠାରୁ ୧୦୯.୫ ଗ୍ରାମର ଧଳାଜହର ଜବତ କରିଥିଲା । ଜବତ ଧଳାଜହରର ଆନୁମାନିକ ମୂଲ୍ୟ ୧୧ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ତାହା ସହିତ ଦୁଇଟି ମୋବାଇଲ ଫୋନ୍ ଓ ନଗଦ ୧,୧୫୦ଟଙ୍କା ପୁଲିସ ଜବତ କରିଥିଲା । ଗିରଫ ଅଭିଯୁକ୍ତ ମାନଙ୍କୁ ପୁଲିସ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ।

Comments are closed.