www.samajalive.in
Saturday, December 13, 2025
21.1 C
Bhubaneswar

ଓକିଲଙ୍କୁ ବିସିଆଇର କଡା ଚେତାବନୀ କାର୍ଯ୍ୟରେ ଯୋଗଦିଅ ନଚେତ ନିଲମ୍ବନ କରାଯିବ

ନୂଆଦିଲ୍ଲୀ: ଆଇନଜୀବୀମାନଙ୍କ ଆନ୍ଦୋଳନ ପାଇଁ ହାଇକୋର୍ଟ ଅଚଳ ହୋଇ ପଡିଛି। ଯାହା ଫଳରେ ବହୁ ମାମଲା ସମାଧାନ ନହୋଇ ପଡିରହିଛି। ସାଧାରଣ ଜନତା ଓକିଲମାନଙ୍କ ଆନ୍ଦୋଳନ ଯୋଗୁ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଓକିଲମାନଙ୍କ ଆନ୍ଦୋଳନ ପାଇଁ ହାଇକୋର୍ଟ ସହ ତଳ କୋର୍ଟ ମଧ୍ୟ ଅଚଳ ରହିଛି। ଓକିଲମାନଙ୍କ ଆନ୍ଦୋଳନ ପ୍ରସଙ୍ଗରେ ସୁପ୍ରିମକୋର୍ଟ କଠୋର ହୋଇଥିବା ବେଳେ ସୋମବାର ଭାରତୀୟ ବାର କାଉନସିଲ(ବିସିଆଇ) ଚରମବାଣୀ ଶୁଣାଇଛନ୍ତି। ଭାରତୀୟ ବାର କାଉନସିଲ ଓକିଲମାନଙ୍କୁ ଆନ୍ଦୋଳନ ପ୍ରତ୍ୟାହାର କରି ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଓଡିଶା ହାଇକୋର୍ଟର ବାର୍ କାଉନିସଲ ସହ ମୋଟ ୬୮ଟି ଓକିଲ ସଂଘକୁ ଭାରତୀୟ ବାର କାଉନସିଲ ନୋଟିସ ଦେଇଛନ୍ତି। ଯଥା ଶିଘ୍ର ଆନ୍ଦୋଳନ ପ୍ରତ୍ୟାହାର କରି କୋର୍ଟ କାର୍ଯ୍ୟରେ ସହଯୋଗ କରିବାପାଇଁ ନିର୍ଦ୍ଦେଶ ଦେଇଛି ବିସିଆଇ । ଆଇନ ଅମାନ୍ୟ କଲେ କଡା କାର୍ୟ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦିଆଯାଇଛି। ଯେଉଁ ଓକିଲ ବିସିଆଇ ଆଦେଶ ଅମାନ୍ୟ କରିବେ ତାଙ୍କୁ ନିଲମ୍ବନ କରିଯିବା ସହ ସଂପୃକ୍ତ ଓକିଲଙ୍କୁ ବାର ନିର୍ବାଚନରୁ ଅଯୋଗ୍ୟ ଘୋଷଣା କରାଯିବାକୁ କଡା ଚେତାବନୀ ଦେଇଛନ୍ତି ଭାରତୀୟ ବାର କାଉନସିଲ। କାର୍ଯ୍ୟରେ ଯୋଗଦେଇ ୩ ତାରିଖ ମଧ୍ୟରେ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନାଯୋଗ୍ୟ ଓକିଲଙ୍କ ଆନ୍ଦୋଳନ ପ୍ରସଙ୍ଗ ଯୋଗୁ କୋର୍ଟ କାର୍ଯ୍ୟରେ ବାଧା ଉପୁଜୁଥିବା କାରଣରୁ ସୁପ୍ରିମକୋର୍ଟ କ୍ଷୁବ୍ଧ ହୋଇଥିଲେ ଏବଂ ଏହି ପ୍ରସଙ୍ଗରେ ଭାରତୀୟ ବାର କାଉନସିଲର ସହଯୋଗ ଲୋଡିଥିଲେ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories