www.samajalive.in
Saturday, December 6, 2025
26.1 C
Bhubaneswar

ଜାଣନ୍ତୁ କଣ ରହିଛି ବଂଶୀର ମହତ୍ୱ

ବଂଶୀ ପ୍ରଭୁ ଶ୍ରୀ କୃଷ୍ଣଙ୍କର ପ୍ରିୟ ବାଦ୍ୟ ଅଟେ। ଏହାକୁ ଶାନ୍ତି ଓ ଶୁଭତ୍ୱର ପ୍ରତୀକ ବୋଲି ମଧ୍ୟ କୁହାଯାଏ। ଏତଦ୍‍ ବ୍ୟତୀତ ଏହା ବାସ୍ତୁ ଦୋଷ ଦୂର କରିଥାଏ ବୋଲି ଶାସ୍ତ୍ରରେ ମାନ୍ୟତା ରହିଛି। ବଂଶୀର ବହୁ ଆଧ୍ୟାତ୍ମିକ ମହତ୍ୱ ରହିଛି। ଘରେ ଏହାକୁ ରଖିଲେ ଏହା ଶୁଭ ଫଳ ପ୍ରଦାନ କରିଥାଏ। ବଂଶୀ କଣ ପାଇଁ ଶୁଭ …..
ବହୁ ଗୃହରେ ବାସ୍ତୁ ଦୋଷ ଥାଏ। ବଂଶୀକୁ ଅଳ୍ପ ତେରଛା କରି କରି ଏହାର ମୁହଁ ତଳକୁ ରଖିଲେ ଏହା ବହୁ ଶୁଭତ୍ୱ ପ୍ରଦାନ କରେ ଏବଂ ବାସ୍ତୁ ଦୋଷ ଦୂର କରେ।
ଦାମ୍ପତ୍ୟ ଜୀବନରେ ସର୍ବଦା କଳହ ଲାଗି ରହୁଥିଲେ ଶୋଇବା ଗୃହରେ ସ୍ୱର୍ଣ୍ଣ ରଙ୍ଗ ବଂଶୀକୁ ମୁଣ୍ଡ ଉପରେ କୌଣସି ସ୍ଥାନରେ ରଖି ଶୋଇଲେ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ।


ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟର ସମସ୍ୟା ଲାଗି ରହିଲେ ମୁଣ୍ଡ ଉପରେ କାନ୍ଥରେ ଟାଙ୍ଗି ରଖିଲେ ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହେ।
କର୍ମକ୍ଷେତ୍ରରେ ବାରମ୍ବାର ଅସଫଳତା ମିଳୁଥିଲେ ଓ ଆର୍ଥିକ କ୍ଷେତ୍ରରେ ସନ୍ତୁଷ୍ଟ ଜନକ ଫଳ ନ ମିଳିଲେ, ଘରର କାନ୍ଥରେ ୨ଟି ବଂଶୀକୁ ଟାଙ୍ଗି ରଖିଲେ ବହୁ ଶୁଭ ଫଳ ପ୍ରାପ୍ତ ହୁଏ।
ଟଙ୍କା ପଇସାର ଅଯଥା ଖର୍ଚ୍ଚ ହେଉଥିଲେ ଓ ଆର୍ଥିକ ସମସ୍ୟା ଲାଗି ରହୁଥିଲେ, ଏକ ଶୁଭ ଦିନରେ ପ୍ରଭୁ ଶ୍ରୀ କୃଷ୍ଣଙ୍କ ପାଖରେ ବଂଶୀକୁ ପୂଜା କରି ନିଜ ଆଲମିରାରେ ରଖନ୍ତୁ। ଧନପ୍ରାପ୍ତିରେ ଉନ୍ନତି ହେବ।
ଗୃହରେ ଯଦି ସର୍ବଦା କଳହ ଓ ଅଶାନ୍ତି ସୃଷ୍ଟି ହେଉଥାଏ , ତେବେ ୨ଟି ବଂଶୀକୁ ଛକି ଭଳି କରି କାନ୍ଥରେ ଟାଙ୍ଗନ୍ତୁ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories