www.samajalive.in
Saturday, December 6, 2025
19.1 C
Bhubaneswar

ନୂଆ ବର୍ଷରେ ୫ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ: ନୂଆ ବର୍ଷ ପାଳନ ଅବସରରେ ଏବେଠାରୁ ଦେଶବାସୀ ଉତ୍ସବମୁଖର। କିଏ ବୁଲିବାକୁ ଯାଉଛି ତ’ କିଏ ବଣଭୋଜି ଆୟୋଜନରେ ମାତିଛନ୍ତି। ତେବେ ଏହି ସମୟରେ ୫ଦିନ ବ୍ୟାଙ୍କ ବନ୍ଦ ରହିବାରୁ ଏଥିପ୍ରତି ଦେଶବାସୀ ପୂର୍ବରୁ ପ୍ରସ୍ତୁତ ରହିବା ଉଚିତ। ୨୦ଡିସେମ୍ବରରୁ ୫ଦିନ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିବ। ଏହାର ପ୍ରଭାବ ଏଟିଏମ ୁପରେ ପଡ଼ିବା ସହ ବଜାରରେ ଅର୍ଥର ଅଭାବ ପରିଲକ୍ଷିତ ହେବ।
ଡିସେମ୍ବର ୨୦ରୁ ୨୬ ମଧ୍ୟରେ କେବଳ ଗୋଟିଏ ଦିନ ବ୍ୟାଙ୍କ ଖୋଲିବ। ୨୧ଡିସେମ୍ବର ବ୍ୟାଙ୍କ କର୍ମଚାରୀ ଆନ୍ଦୋଳନର ଡାକରା ଦେଇଛନ୍ତି। ଅବଶ୍ୟ ଘରୋଇ ବ୍ୟାଙ୍କଗୁଡ଼ିକରେ ଏହାର ପ୍ରଭାବ ପରିଲକ୍ଷିତ ହେବ ନାହିଁ। ୨୨ଡିସେମ୍ବର ୪ର୍ଥ ଶନିବାର ହେଉ ଥିବାରୁ ଉକ୍ତ ଦିନ ବ୍ୟାଙ୍କ ଛୁଟି ରହିବ। ୨୩ଡିସେମ୍ବର ରବିବାର ହେତୁ ବ୍ୟାଙ୍କ ବନ୍ଦ ରହିବ। ୨୪ଡିସେମ୍ବର ସୋମବାର ବ୍ୟାଙ୍କ ଖୋଲା ରହୁଥିଲେ ମଧ୍ୟ ୨୫ଡିସେମ୍ବରରେ ଖ୍ରୀଷ୍ଟମାସ ପାଇଁ ବ୍ୟାଙ୍କ ପୁଣି ବନ୍ଦ ରହିବ। ୨୬ଡିସେମ୍ବରରେ ବ୍ୟାଙ୍କ କର୍ମଚାରୀ ୟୁନିୟନର ଆନ୍ଦୋଳନ ପାଇଁ ବ୍ୟାଙ୍କ ବନ୍ଦ ରହିବ।
କେନ୍ଦ୍ର ସରକାରଙ୍କ ଦ୍ୱାରା ବ୍ୟାଙ୍କ ଅଫ ବରୋଦା, ବିଜୟ ବ୍ୟାଙ୍କକୁ ମିଶ୍ରଣ କରିବା ନିଷ୍ପତ୍ତିକୁ ବିରୋଧ କରି ବ୍ୟାଙ୍କିଙ୍ଗ୍‍ ୟୁନିୟନ ପକ୍ଷରୁ ଆନ୍ଦୋଳନ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ୨୬ଡିସେମ୍ବରରେ ବ୍ୟାଙ୍କ କର୍ମଚାରୀ ସଂଘ ଦେଶବ୍ୟାପୀ ଆନ୍ଦୋଳନର ଡାକରା ଦେଇଛନ୍ତି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories