www.samajalive.in
Saturday, December 13, 2025
18.1 C
Bhubaneswar

ଗୋପାଳପୁର ପଞ୍ଚାୟତରେ ପାନୀୟ ଜଳ ସଂକଟ, ପାଣି ପାଇଁ ୧କି.ମି ଚାଲୁଛନ୍ତି ମହିଳା

ବାଙ୍କୀ: ସରକାର ଗ୍ରାମବାସୀଙ୍କୁ ସରକାରୀ ପାଇପ୍ ଜଳ ଯୋଗାଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରି ଗ୍ରାମରେ ପାଇପ୍ ପୋତିବା, ଷ୍ଟାମ୍ପ ପୋଷ୍ଟ ଲଗାଇବା ଆଦି କାର୍ଯ୍ୟ କରୁଛନ୍ତି। ଏଠାରେ ସ୍ୱଜଳ ଧାରା ସରକାରୀ ସ୍ତରରେ କାର୍ଯ୍ୟକାରୀ ହେଉଛି। ବସୁଧା ଯୋଜନା ବି କାର୍ଯ୍ୟକାରୀ ହେଉଛି। ହେଲେ ବିଡମ୍ବନାର ବିଷୟ ଗ୍ରାମବାସୀଙ୍କ ପାନୀୟ ଜଳ ସମସ୍ୟା ସମାଧାନ ହେଉନାହିଁ। ଏଠାରେ ଗ୍ରାମବାସୀମାନଙ୍କୁ ନିରନ୍ତର ଭାବେ ଜଳ ଯୋଗାଣ କରାଯାଉନାହିଁ। କେଉଁଠି ଦୀର୍ଘ ଦିନ ଧରି ଷ୍ଟାଣ୍ଡ ପୋଷ୍ଟରେ ପାଣି ଆସିବା ଲୋକ ଦେଖି ନାହାନ୍ତି ତ କେଉଁଠି ଅଳିଆ ଆବର୍ଜନା ଭିତରେ ସବୁ ଲୁଚି ଗଲାଣି। ଗ୍ରାମବାସାୀ ପାଣି ପାଇଁ ଅଭିଯୋଗ କରୁଛନ୍ତି କିନ୍ତୁ ତାହା ପ୍ରଶାସନ ନିକଟରେ କୁମ୍ଭୀର କାନ୍ଦଣା ସଦୃଶ ହୋଇଛି।
ଏହାର ଉଦାହରଣ ବାଙ୍କୀ-ଡମପଡା ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ୩ କି.ମି ଦୂରରେ ଥିବା ଗୋପାଳପୁର ପଞ୍ଚାୟତ। ପଞ୍ଚାୟତର ୧ନମ୍ବର ଠାରୁ ୯ ନମ୍ବର ପର୍ଯ୍ୟନ୍ତ ୯ଟି ଓାର୍ଡର ଗ୍ରାମବାସୀ ବର୍ଷ ତମାମ ପାନୀୟ ଜଳ ସଂକଟରେ। ବିଭିନ୍ନ ସମୟରେ ଗ୍ରାମବାସୀଙ୍କ ପକ୍ଷରୁ ସ୍ଥାୟୀ ପାନୀୟଜଳ ଯୋଗାଣର ବ୍ୟବସ୍ଥା କରିବା ପାଇଁ ଅନୁରୋଧ କରାଯାଉଛି ଏବଂ ସେମାନଙ୍କୁ କେବଳ ପ୍ରତିଶୃତି ମିଳୁଛି। ଖରା ବଢିଲେ ଗ୍ରାମବାସୀଙ୍କ ଚିନ୍ତା ବଢୁଛି। ବିଭିନ୍ନ ସାହିରେ ଥିବା ନଳକୂପ ନିକଟରେ ପାଣି ପାଇଁ ଲମ୍ବା ଧାଡି ଦେଖିବାକୁ ମିଳୁଛି। ବିଗତ ଦିନରେ ଗୋପାଳପୁର ଗ୍ରାମର କରଣ ସାହି, ବାଉରି ସାହି, ଗୋଖା ସାହି ଓ ଶଗଡିଆ ସାହିର ପୁରୁଷ ଓ ମହିଳାମାନେ ପାଣି ପାଇଁ ରାସ୍ତା ଅବରୋଧ କରିଥିଲେ। ସ୍ଥାୟୀ ପ୍ରତିକାରର ବ୍ୟବସ୍ଥା ଗ୍ରହଣ କରାଯିବାର ପ୍ରତିଶୃତି ପାଇବା ପରେ ରାସ୍ତାରୁ ହଟିଥିଲେ ମଧ୍ୟ ଅଦ୍ୟାବଧି ତାହା କାର୍ଯ୍ୟକାରୀ ହୋଇନାହିଁ। ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷର ଦାନା ବାନ୍ଧୁଥିବା ଜଣାପଡ଼ିଛି। ମାଧବଚନ୍ଦ୍ର ସ୍ୱାଇଁ,କାବୁଲା ସ୍ୱାଇଁ,ଗୈାତମ ଭୋଇ,ଦଣ୍ଡେଇ ସ୍ୱାଇଁ,ଲକ୍ଷ୍ମୀଧର ସ୍ୱାଇଁ,ସୁନିଲ କୁମାର ସାହୁ,ସସ୍ମିତା ସ୍ୱାଇଁ,ସରସ୍ୱତୀ ସାହୁ,ପୁଷ୍ପଲତା ସ୍ୱାଇଁ,ସୁମିତ୍ରା ମହାରଣା,ରଶ୍ମିତା ସ୍ୱାଇଁ ପ୍ରମୁଖ ଗ୍ରାମବାସୀ କହିଛନ୍ତି ଯେ ସରକାରଙ୍କ ପକ୍ଷରୁ ନିରନ୍ତର ପାନୀୟଜଳ ଯୋଗାଣ ଏବଂ ଦୀର୍ଘ ଦିନ ଧରି ଖରାପ ହୋଇ ପଡିଥିବା ନଳକୂପଗୁଡ଼ିକର ମରାମତି କରାଯିବା ଦରକାର।

ବାଉରୀ ସାହି,ଗୋଖା ସାହି,ଶଗଡିଆ ସାହିର ୫୦୦ ରୁ ଉର୍ଦ୍ଧ ପରିବାର ପିଇବା ପାଣି ପାଇଁ ବାୟାଣୀବର ନିକଟକୁ ଯାଉଥିଲା ବେଳେ କରଣ ସାହିର ମହିଳା ମାନେ ସ୍ଥାନୀୟ ଆଦିମାତା ମନ୍ଦିର ତଥା ପଞ୍ଚାୟତ କାର୍ଯ୍ୟାଳୟ ନିକଟକୁ ଦୀର୍ଘ ୧ କି.ମି ଗାଁ ଦାଣ୍ଡରେ ପିଇବା ପାଣି ସଂଗ୍ରହ ପାଇଁ ଗରା ବାଲ୍ଟି ଧରି ଯାଉଛନ୍ତି। ପାନୀୟଜଳ ଯୋଗାଣ ପାଇଁ ଅଗ୍ନିଶମ କାର୍ଯ୍ୟାଳୟ ନିକଟରେ ଥିବା ପ୍ରକଳ୍ପ ଏବଂ ନୂତନ ଭାବରେ ବାୟାଣୀବର ଠାରେ ନିର୍ମାଣ କରାଯାଇଥିବା ପ୍ରକଳ୍ପର ପରିଚାଳନାଗତ ତୃଟି ଦେଖାଦେଇଥିବାରୁ ବିଭିନ୍ନ ସାହିର ଜଳ ଯୋଗାଣ ଅନିୟମିତ ହେଉଛି। କରଣ ସାହି, ବାଉରୀ ସାହି, ଗୋଖା ସାହି, ଶଗଡିଆ ସାହି, ଗଉଡ ସାହି, ଜେନା ସାହି ଓ ଖମାର ସାହିରେ ଜଳ ଯୋଗାଣ ଷ୍ଟାଣ୍ଡ ପୋଷ୍ଟ ଗୁଡିକ ଶୁଖିଲା ପଡିଛି। କେତେକ ସ୍ଥାନରେ ପାଣି ନଆସିବାରୁ ଭାଙ୍ଗିରୁଜି ଗଲାଣି।
ଗୋପାଳପୁର ପଞ୍ଚାୟତର ୯ଟି ଓାର୍ଡର ହଜାରରୁ ଉର୍ଦ୍ଧ ପରିବାର ପାନୀୟଜଳ ସଂକଟରେ ସମ୍ମୁଖୀନ ହେଉଛନ୍ତି। ଖରାଦିନେ ପାଇପ୍ ଜଳ ଯୋଗାଣର ବ୍ୟବସ୍ଥା ନହେଲେ ଗ୍ରାମବାସୀ ରାସ୍ତାରେ ଗରା, ବାଲ୍ଟି ରଖି ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories