www.samajalive.in
Saturday, December 6, 2025
23.1 C
Bhubaneswar

ହରିରାଜପୁର ପଞ୍ଚାୟତରେ ଉନ୍ନୟନ ମୂଳକ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ କଲେ ବିଧାୟକ

ବାଙ୍କୀ: ଶନିବାର ଅପରାହ୍ନରେ ମହାତ୍ମା ଗାନ୍ଧିଙ୍କ ମହା ପ୍ରୟାଣ ଦିବସ ଅବସରରେ ହରିରାଜପୁର ପଞ୍ଚାୟତରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦଘାଟନ ଏବଂ ଗୋଟିଏ ପ୍ରକଳ୍ପର ଶିଳାନ୍ୟାସ ବିଧାୟକ ଦେବୀରଞ୍ଜନ ତ୍ରିପାଠୀଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି। ସେଥି ମଧ୍ୟରେ ୨ଗୋଟି ସୌର ଚାଳିତ ପାନୀୟଜଳ ଯୋଗାଣ ପ୍ରକଳ୍ପ ଥିଲା ବେଳେ ଗୋଟିଏ ସ୍ୱୟଂ ଚାଳିତ ସୋଲାର ହାଇମାକ୍ସ ଲାଇଟ୍‍ ବ୍ୟବସ୍ଥା ରହିଛି। ସେହିପରି ରାମଚନ୍ଦ୍ର ପଣ୍ଡା ମଧ୍ୟ ଇଂରାଜୀ ବିଦ୍ୟାଳୟ ପରିସରରେ ଏକ ଶିଶୁ ଉଦ୍ୟାନର ଶିଳାନ୍ୟାସ କରାଯାଇଛି। ଏହି ଅବସରରେ ଏହି ବିଦ୍ୟାଳୟ ପରିସରରେ ବିଭୁପ୍ରସାଦ ସାମଲଙ୍କ ପରିଚାଳନାରେ ଏକ ଉଦ୍ଦ୍‍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଉଦ୍ଦ୍‍ଘାଟକ ଭାବରେ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ମୁଖ୍ୟ ଅତିଥି ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ, ସମ୍ମାନିତ ଅତିଥି ଭାବରେ ଜିଲ୍ଲାପରିଷଦ ସଦସ୍ୟ ତ୍ରିଲୋଚନ ରାଉତ, ଡମପଡା ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ପାତ୍ର, ଡମପଡା ବ୍ଲକ ବିଜେଡି ସସଭାପତି ଆର୍ତ୍ତତ୍ରାଣ ସ୍ୱାଇଁ ,ସରପଞ୍ଚ ଦେବସ୍ମିତା ସେଠୀ ଏବଂ ଡମପଡା ବ୍ଲକ ଯୁବ ବିଜେଡି ସଭାପତି ଅସିତ କୁମାର ଜେନା ପ୍ରମୁଖ ଉପସ୍ଥିତ ରହି ହରିରାଜପୁର ପଞ୍ଚାୟତ ବିକାଶ ଧାରାରେ ଆଗକୁ ବଢୁଥିବା କହିଥିଲେ। ମଞ୍ଚରେ ନାଏବ ସରପଞ୍ଚ ରମେଶ ପରିଡା ଏବଂ ପୂର୍ବତନ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ନାୟକ ଉପସ୍ଥିତ ଥିଲେ। ସମାଜସେବୀ ସରପଞ୍ଚ ପ୍ରତିନିଧି ପରମାନନ୍ଦ ସେଠୀ ସମସ୍ତ କାର୍ଯ୍ୟକ୍ରମକୁ ସଞ୍ଜୋଜନା କରିଥିଲେ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories