www.samajalive.in
Wednesday, December 10, 2025
16.1 C
Bhubaneswar

ବନ୍ୟା ପ୍ରଭାବିତ ଅଞ୍ଚଳରେ ଶୁଖିଲା ଖାଦ୍ୟ ଓ ଗୋଖାଦ୍ୟ ବଣ୍ଟନ

ବାଙ୍କୀ:ଚଳିତ ବନ୍ୟାରେ ସବୁଠାରୁ ଅଧିକ ପ୍ରଭାବିତ ଅଞ୍ଚଳ ବିଲିପଡାରେ ରବିବାର ଦିନ ବାରଙ୍ଗ ବ୍ଲକ ୩୨ନଂ ଜିଲ୍ଲାପରିଷଦ ସଦସ୍ୟ ତୁଷାରକାନ୍ତ ଚକ୍ରବର୍ତ୍ତୀ ବନ୍ୟା ବିପନ୍ନଙ୍କୁ ୪୦୦ପ୍ୟାକେଟ ଶୁଖିଲା ଖାଦ୍ୟ ବଣ୍ଟନ କରିଥିବା ସୂଚନା ମିଳିଛି। ବନ୍ୟା ପରିସ୍ଥିତିରେ ମାନବ ସମ୍ବଳ ପରି ଗୋ ସମ୍ପଦ ନିକଟରେ ଗୋଖାଦ୍ୟର ଅଭାବ ଅନୁଭବ କରି ଗ୍ରାମ୍ୟ କମିଟି ତତ୍ୱାବଧାନରେ ଗୋଖାଦ୍ୟ ବଣ୍ଟନ କରାଯାଇଛି। ବାଙ୍କୀ-ଡମପଡା ବ୍ଲକ ଅନ୍ତର୍ଗତ ନରଗାଙ୍ଗ ପଞ୍ଚାୟତର ଅହମଦିଆ ମୁସଲିମ୍ କମ୍ୟୁନିଟି ପକ୍ଷରୁ ଶିମିଳିପୁର ପଞ୍ଚାୟତ ଅଧିନ ଶୁଖୁଆ ଖଳା ଗ୍ରାମରେ ଶୁଖିଲା ଖାଦ୍ୟ ଓ ପାନୀୟଜଳ ରିଲିଫ୍ ସାମଗ୍ରୀ ଭାବରେ ବଣ୍ଟନ କରାଯାଇଛି। ଆଶିକ୍ ଖାନ୍, ସୁଲେମାନ ଖାନଙ୍କ ନେତୃତ୍ୱରେ ପରିଚାଳିତ ରିଲିଫ୍ ସେବା କାର୍ଯ୍ୟରେ ଜିଲା ପରିଷଦ ସଦସ୍ୟା ମିନତୀ ମହାପାତ୍ର, ସମାଜସେବୀ ଅର୍ଜୁନ ସାହୁ, ସ୍ଥାନୀୟ ସରପଞ୍ଚ ସୁକାନ୍ତ ବେହେରା, ସମାଜସେବୀ ସନ୍ତୋଷ ସାହୁ, ସମିତିସଭ୍ୟ ପ୍ରତିନିଧି ଇନ୍ଦ୍ରମଣି ନାୟକ ପ୍ରମୁଖ ଶୁଖୁଆଖଳାରେ ରିଲିଫ୍ ବଣ୍ଟନ କରି ଗ୍ରାମବାସୀଙ୍କର ସମସ୍ୟା,ଜଳବନ୍ଦୀ ସ୍ଥିତି ଅନୁଧ୍ୟାନ ଓ ସେମାନଙ୍କ ଜୀବନ ଜିବିକା ସମ୍ପର୍କରେ ପଚାରି ବୁଝିଛନ୍ତି।

ଚଳିତ ମହାନଦୀର ବନ୍ୟା ପ୍ରଭାବରେ ବାଙ୍କୀ ଓ ଡମପଡା ବ୍ଲକର ବ୍ୟାପକ କୃଷି କ୍ଷେତ ପ୍ରଭାବିତ ଓ ଫସଲ ହାନୀ ହୋଇଛି। ଚାଷୀର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି। ଏହି ପରିପ୍ରେକ୍ଷୀରେ ଭୂବନେଶ୍ୱର ସ୍ଥିତ ଲାଇଭଲିହୁଡ୍ ଅଲଟରନେଟିଭ୍ ସଙ୍ଗଠନ ଓ ବାଙ୍କୀର ମା ଚର୍ଚ୍ଚିକା କୃଷି ଉତ୍ପାଦକ ସଂଘର ମିଳିତ ଆନୁକୂଲ୍ୟରେ ପ୍ରଭାବିତ ବିପନ୍ନ ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ସମାଜସେବୀ ଅଜୟ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ପ୍ରଦାନ କରାଯାଉଥିବା ରିଲିଫ୍ କାର୍ଯ୍ୟକ୍ରମରେ କେଦାର ପ୍ରଧାନ, ପ୍ରିୟରଞ୍ଜନ ବିଶ୍ୱାଳ, ଆଶିଷ ନାହାକ, ବିକାଶ ଦାସ, ମଦନମୋହନ ରାଉତ ପ୍ରମୁଖ ଯୋଗଦେଇଥିଲେ।

Hot this week

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

Related Articles

Popular Categories