www.samajalive.in
Tuesday, December 9, 2025
23.1 C
Bhubaneswar

ଜାତୀୟ ସ୍ତରରେ ଓଡ଼ିଶା ଏନଏସଏସକୁ ସଫଳତା,ବାଙ୍କୀ କଲେଜ ଅଧ୍ୟାପକ ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ବର୍ଦ୍ଧିତ

କଳାପଥର(ବାଙ୍କୀ):ଭାରତ ସରକାରଙ୍କ ଯୁବ ଓ କ୍ରୀଡା ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ୨୦୧୮-୧୯ବର୍ଷପାଇଁ ଜାତୀୟ ସେବା ଯୋଜନା କ୍ଷେତ୍ରରେ ଉଲେଖେଯାଗ୍ୟ କୃତ୍ତିତ୍ୱ ପାଇଁ ଓଡିଶାରୁ ୩ ଜଣଙ୍କୁ ଜାତୀୟ ସେବାଯୋଜନାରେ ଜାତୀୟ ସ୍ତରରେ ସଫଳତା ପାଇଛନ୍ତି। ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ତଥା ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟାପକ ସତ୍ୟଜିତ ଦାସ ସର୍ବଶ୍ରେଷ୍ଠ କାର୍ଯ୍ୟକ୍ରମ ଅଧିକାରୀ, ଶ୍ରେଷ୍ଠ ସ୍ୱେଛାସେବୀଭାବେ ମହାରାଜା ପୁର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ୱେଛାସେବୀ ଶୁଶ୍ରୀ ଦିବ୍ୟାନି ବେହେରା ଏବଂ ସୀମାନ୍ତ ମହାବିଦ୍ୟାଳୟ ଝାରପୋଖରିଆର ପ୍ରଭଞ୍ଜନ ମଣ୍ଡଳ ଜାତୀୟ ସେବା ଯୋଜନା କ୍ଷେତ୍ରରେ କତ୍ତିତ୍ୱ ପାଇଁ ସମ୍ମାନୀତ ହୋଇଛନ୍ତି। ଜାତୀୟ ସେବା ଯୋଜନାର ୫୧ ତମ ପ୍ରତିଷ୍ଠ ଦିବସ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭବନରୁ ଭିଡିଓ କନ୍ଫେରେନ୍ସିଂ ମାଧ୍ୟମରେ ଏହି ପୁରଷ୍କାର ପ୍ରଦାନ କରିଥିଲେ। ନୁଆଦୀଲ୍ଲୀ ସ୍ଥିତ ବିଜ୍ଞାନଭବନରୁ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ କିରଣ ରିଜ୍ଜୁ, କେନ୍ଦ୍ର ସଚିବ ଉଷା ଶର୍ମ୍ମା, ଏନଏସଏସ ନିର୍ଦେଶକ ସୈାରଭ ଶାହା ପ୍ରମୁଖ ଉପସ୍ଥିତ ଥିଲେ।
ଓଡିଶା ଓ ପଶ୍ଚିମବଙ୍ଗ ରାଜ୍ୟ ପାଇଁ ଭୁବନେଶ୍ୱର ସ୍ଥିତ ଏନଆଇସି ଠାରେ ଭିଡିଓ କନଫରେନ୍‍ସିଂ ମାଧ୍ୟମରେ ଏହି ପୁରସ୍କାର ଦିଆଯାଇଥିଲା। ଜାତୀୟ ସେବା ଯୋଜନାର ଓଡିଶାକୁ ଏହି ସଫଳତା ନିମନ୍ତେ ଉଚ୍ଚ ଶିକ୍ଷା ବିଭାଗ ମନ୍ତ୍ରୀ ଅରୁଣ ସାହୁ, ଉଚ୍ଚ ଶିକ୍ଷା ସଚିବ ଶାସ୍ୱତ ମିଶ୍ର, ଉପ ଶାସନ ସଚିବ ତଥା ରାଜ୍ୟ ଏନଏସଏସ ମୁଖ୍ୟ ସୁରେଖା ସୁନ୍ଦରୀ ସ୍ୱାଇଁ, ବାଙ୍କୀର ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ, କ୍ଷେତ୍ରୀୟ ନିର୍ଦେଶକ ଶାରଦା ନାୟକ, ବାଙ୍କୀ ପ୍ରେସକ୍ଳବ ଉପସଭାପତି ସମରେନ୍ଦ୍ର ମହାପାତ୍ର ଅଭିନନ୍ଦନ ଜଣାଇଛନ୍ତି।

Hot this week

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

Related Articles

Popular Categories