www.samajalive.in
Saturday, December 6, 2025
26.1 C
Bhubaneswar

ଭୁଜାଲି ଦେଖାଇ ୪ଲକ୍ଷ ୯୬ ହଜାର ଟଙ୍କା ଲୁଟ୍

ବାଙ୍କୀ : ଆଜି ଦିନ ୧ଟା ୩୫ ସମୟରେ ମା’ ଚର୍ଚ୍ଚିକା ଇଣ୍ଡେନ ଗ୍ୟାସର ମ୍ୟାନେଜର ବିପ୍ରବର ଲେଙ୍କାଙ୍କଠାରୁ ଭୁଜାଲି ଦେଖାଇ ବାଙ୍କୀ ଉପଖଣ୍ଡ ଚିକିତ୍ସାଲୟ ପରିସରରେ ଥିବା ପାଣି ଟାଙ୍କିଠାରୁ ୪ଲକ୍ଷ ୯୬ ହଜାର ଟଙ୍କା ଲୁଟ୍ ହୋଇଛି।

ସୂଚନା ଯୋଗ୍ୟ, ସବୁଦିନ ପରି ବିପ୍ରବର ଇଣ୍ଡେନ ଗ୍ୟାସ କମ୍ପାନୀର ଟଙ୍କା ଉପଖଣ୍ଡ ଚିକିତ୍ସାଲୟ ବାଟରେ ଯାଇ ବାଙ୍କୀ ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଜମା କରିଥାନ୍ତି। ଆଜି ମଧ୍ୟ ସେହିପରି ଦିନ ୧ଟା ୩୫ରେ ନିଜ ବାଇକରେ ୪ଲକ୍ଷ ୯୬ ହଜାର ଟଙ୍କା ନେଇ ଜମା କରିବାକୁ ଯାଉଥିଲେ। ଟଙ୍କା ଗାଡିର ହାଣ୍ଡିଲରେ କନା ବ୍ୟାଗରେ ଓହଳାଇ ଥିଲେ। ଚିକିତ୍ସାଲୟ ପାଣି ଟାଙ୍କି ପାଖରେ ଲେଙ୍କା ଗାଡି ମିରରରେ ଦେଖିଲା ବେଳକୁ କଳା ରଙ୍ଗର ଗୋଟେ ଗାଡ଼ିରେ ତିନିଜଣ ଲୋକ ତାଙ୍କୁ ଗୋଡାଉଛନ୍ତି। ବିପ୍ରବର ହଠାତ ନିଜ ଗାଡିକୁ ଧୀରେ କରିଲା ବେଳକୁ ଗୋଡାଉଥିବା ଲୋକଙ୍କ ଭିତରୁ ପଛ ଲୋକ ଗାଡିରୁ ଡେଇଁ ଚିକିତ୍ସାଲୟ ପାଣିଟାଙ୍କି ପାଖରେ ବିପ୍ରବରଙ୍କୁ ଏକ ଭୁଜାଲିରେ ଚୋଟ ପକେଇବାକୁ ଚେଷ୍ଠା କରିଲା ଓ ଗାଡ଼ିରେ ଓହଳି ଥିବା ବ୍ୟାଗକୁ ଝାମ୍ପି ନେଇ ଆଉଥରେ ଏକ ଧାରୁଆ ଅସ୍ତ୍ର ନିଜ ପକେଟରୁ ବାହାର କରି ପୁନଃବାର ଆକ୍ରମଣ କରିଥିଲା। ଯାହା ତାଙ୍କ ହାତ ପାଖରେ ବାଜିଥିଲା। ଏହାପରେ ସେମାନେ ବ୍ୟାଗରେ ଥିବା ଟଙ୍କା  ନେଇ ପଳେଇଲେ। ବିପ୍ରବର ତାଙ୍କୁ ଗୋଡେଇଥିଲେ ମାତ୍ର ସେମାନେ ଫେରାର ହୋଇଯାଇଥିଲେ। ଏ ସମ୍ପର୍କରେ  ବାଙ୍କୀ ପୁଲିସ ଅଧିକାରୀ ସମୀର ରଞ୍ଜନ ପଣ୍ଡା ଖବର ପାଇ ବାଙ୍କୀର ବିଭିନ୍ନ ଅଞ୍ଚଳ ତନଖିବା ସହ ଜାତମୁଣ୍ଡିଆ, ବୈଦେଶ୍ୱର, ତୁଳସୀପୁର, କଇମୁଣ୍ଡି, ତାଲବସ୍ତ ବାଙ୍କୀର ପ୍ରବେଶ ଦ୍ୱାର ସିଲ କରା ଯାଇ ସମସ୍ତ ଗାଡି ତନଖି କରାଯାଇଛି। ଏ ପର୍ଯ୍ୟନ୍ତ ବାଙ୍କୀ ଥାନାରେ ଲିଖିତ ଅଭିଯୋଗ ହୋଇନାହିଁ । ଏପରି ଦିନ ଦ୍ବିପ୍ରହରେ ଏପରି ଲୁଟ୍ ବାଙ୍କୀରେ ଚାଞ୍ଚଲ୍ୟ ଖେଳିଯାଇଛି। ବାଙ୍କୀର ବହୁ ବୁଦ୍ଧିଯିବି ପୁଲିସ ପାଟ୍ରୋଲିଂକୁ କଡାକଡ଼ି କରିବାକୁ ଅନୁରୋଧ କରିଛନ୍ତି।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories