www.samajalive.in
Thursday, December 11, 2025
15.1 C
Bhubaneswar

ଦୃଷ୍ଟି ଆଢୁଆଳରେ ପୁରାଣ ପ୍ରସିଦ୍ଧ ତ୍ରିକୁଟ ଧାମ

କଳାପଥର(ବାଙ୍କୀ) : କଟକ ଜିଲା ବାଙ୍କୀ ବ୍ଲକ ଅନ୍ତର୍ଗତ ତ୍ରିକୁଟ ଧାମର ଅନ୍ୟତମ ଠାକୁର ପୁରାଣ ପ୍ରସିଦ୍ଧ ରାମନାଥ ଦେବ, ବୈଦ୍ୟନାଥଦେବ ଓ ସିଂଘନାଥ ଦେବ ପୀଠକୁ ଯାତାୟତ ପାଇଁ ବୈଦ୍ୟଶ୍ୱରଠାରେ ମହାନଦୀରେ ତିନିବର୍ଷ ତଳେ ମକରମେଳାକୁ ଅସ୍ଥାୟୀ ବାଉଁପୋଲ ନିର୍ମାଣ କରାଯାଇଥିଲା। ପ୍ରତିବର୍ଷ ମକର ସଂକ୍ରାନ୍ତି ତିନିଦିନ ଧରି ପାଳିତ ହେଉଥିବାରୁ ବହୁ ଭକ୍ତ ଦର୍ଶନାର୍ଥୀ ତ୍ରିକୁଟଧାମ ଶୈବପୀଠକୁ ଆସିଥାନ୍ତି। ଦର୍ଶନାର୍ଥୀଙ୍କ ହିତ ଦୃଷ୍ଟିରୁ ପ୍ରତିବର୍ଷ ବୈଦ୍ୟେଶ୍ୱର ଘାଟରୁ ସିଂଘନାଥପୀଠକୁ ଡଙ୍ଗାରେ ଯାତାୟତ ପାଇଁ ୨୦୧୪ମସିହାରେ ନୂତନ ଢାଞ୍ଚାରେ ଏକ ଅସ୍ଥାୟୀ ପଟାପୋଲ ନିର୍ମାଣ ହୋଇଥିଲା। ଫଳରେ ଭାରସାମ୍ୟ ସମ୍ଭାଳି ନପାରି ଏହା ଭାଙ୍ଗିଯିବାରୁ ଲୋକେ ଜଙ୍ଘେ ପାଣିରେ ଏହି ପୀଠରେ ପହଞ୍ଚିଥିଲେ। ତିନିବର୍ଷ ତଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ବଡମ୍ବା ବ୍ଲକର ଗୋପୀନାଥପୁର ଠାରେ ସ୍ଥାୟୀ ପୋଲର ଉଦ୍‍ଘାଟନ କରିଥିଲାବେଳେ ବୈଦ୍ୟେଶ୍ୱରଠାରେ ବିଧାୟକ ପ୍ରଭାତ ତ୍ରିପାଠୀ ଉଦ୍‍ଘାଟନ କରିଥିଲେ। କିନ୍ତୁ ଚଳିତ ବର୍ଷ ସେତୁକାମ ଆରମ୍ଭ ହୋଇଥିବା ବେଳେ ୩ ବର୍ଷରୁ ଅଧିକ ସମୟ ଲାଗିବ ବୋଲି ଅନୁମାନ କରାଯାଉଛି। ଯାହାଫଳରେ ମକର ମେଳାରେ ଦର୍ଶନାର୍ଥୀ ଡଙ୍ଗାରେ ଯାତାୟତ କରିବାକୁ ପଡଛି। ବୈଦ୍ୟେଶ୍ୱର ଘାଟରେ ଡଙ୍ଗା ଗୁଡିକର ଚଳାଚଳ ପାଇଁ ଲାଇସେନ୍ସ ନଥିବା ବେଳେ ବିପଦ ସଙ୍କୁଳ ଅବସ୍ଥାରେ ଯାତ୍ରୀମାନେ ନଦୀପାର ହେଉଛନ୍ତି। ଗତ ୩ବର୍ଷ ତଳେ ଚିଲିକାରେ ବହୁ ଜୀବନ ହାନି ହୋଇଥିଲା। ପରିଭ୍ରମଣ ସାଙ୍ଗକୁ ସମ୍ପୂର୍ଣ୍ଣ ନିରାମିଷ ବଣଭୋଜୀ ପାଇଁ ସମସ୍ତ ସୁବିଧା ଏହି ପୀଠରେ ରହିଛି। ସର୍ବୋପରୀ ମର୍ଯ୍ୟଦା ପୁରଷ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ ବନବାସ ଗାଥାର କିମ୍ବଦନ୍ତୀ ବହନ କରୁଥିବା ମହାନଦୀ ଅବବାହିକାର ତ୍ରିକୁଟଧାମ ରାମନାଥ, ବୈଦ୍ୟନାଥ, ସିଂଘନାଥ ଦର୍ଶନ ସାଙ୍ଗକୁ ଶ୍ରୀରଘୁନାଥଙ୍କ ଚରଣ ବନ୍ଦନ କରିବାର ଅପୂର୍ବ ସୂଯୋଗ ମିଳେ ଏହି ପୀଠରେ।
ପରିତାପର ବିଷୟ ଏଭଳି ଏକ ପର୍ଯ୍ୟଟନ କ୍ଷେତ୍ର ଜନମାନସର ଆଢୁଆଳରେ ରହିଯାଇଛି କହିଲେ ଅତ୍ୟୁକ୍ତି ହେବନାହିଁ। ଏହି ପ୍ରସ୍ତାବିତ ପୋଲ ନିର୍ମାଣ କାର୍ଯ୍ୟ ଶିଘ୍ର ହେଲେ ଜନମାନସର ଆଢୁଆଳରେ ରହିଯାଇଥିବା ଏହି ପ୍ରସିଦ୍ଧ ତ୍ରିକୁଟଧାମ କ୍ଷେତ୍ରକୁ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧିଘଟିବା ସହ ଏହି ପ୍ରାଚୀନ ପୀଠର ଐତିହ ସମ୍ପର୍କରେ ଗବେଶକମାନେ ଅଧିକ ସୁଯୋଗ ପାଇପାରିବେ। ସେହିଭଳି ମହାନଦୀର ବାଙ୍କୀ ଗମନାଗମନର ସୁବିଧା ହେବବୋଲି ବୁଦ୍ଧିଜିବୀ ମହଲରେ ପ୍ରକାଶ ପାଉଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories