www.samajalive.in
Monday, December 8, 2025
13.1 C
Bhubaneswar

ବାଂଲାଦେଶରେ ସଂସଦୀୟ ନିର୍ବାଚନ : ନିର୍ବାଚନୀ ହିଂସାରେ ୧୩ ମୃତ

ଢାକା : ନୂତନ ପାର୍ଲାମେଣ୍ଟ ଗଠନ ପାଇଁ କଡ଼ା ନିରାପତ୍ତା ମଧ୍ୟରେ ବାଂଲାଦେଶର ରବିବାର ସଂସଦୀୟ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ତେବ ନିର୍ବାଚନ ଜନିତ ହିଂସାରେ ପ୍ରାୟ ୧୩ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ଜଣରୁ ଅଧିକ ଆହତ ହୋଇଛନ୍ତି। ମୃତକମାନଙ୍କ ମଧ୍ୟରୁ ୫ଜଣ ଶାସକ ଆୱାମି ଲିଗ୍‍ର ସଦସ୍ୟ ହୋଇଥିବାବେଳେ ଅନ୍ୟମାନେ ବିଏନପି ମେଣ୍ଟର କର୍ମକର୍ତ୍ତା ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ଶାନ୍ତି ଶୃଙ୍ଖଳାର ସହିତ ମତଦାନ ପାଇଁ ୬ ଲକ୍ଷରୁ ଅଧିକ ସୁରକ୍ଷାକର୍ମୀ, ଅର୍ଦ୍ଧସାମରିକ ବାହିନୀ ଏବଂ ସୀମାସୁରକ୍ଷା ବଳଙ୍କୁ ମୁତୟନ କରାଯାଇଥିଲା।

ନିର୍ବାଚନ କମିଶନଙ୍କ ସୂତ୍ରରୁ ପ୍ରକାଶ ଯେ ପାର୍ଲାମେଣ୍ଟର ୩୦୦ ଆସନ ମଧ୍ୟରୁ ୨୯୯ଟି ଆସନ ପାଇଁ ୧ହଜାର ୮୪୮ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ଗୋଟିଏ ଆସନରେ ନିର୍ବାଚନକୁ ବାତିଲ କରାଯାଇଛି। ଦେଶରେ ୪୦ ହଜାରରୁ ଅଧିକ ମତଦାନ କେନ୍ଦ୍ରରେ ଭୋଟ୍‍ ଗ୍ରହଣ କରାଯାଇଛି। ପ୍ରଧାନମନ୍ତ୍ରୀ ଶେଖ୍‍ ହାସିନା ଚତୁର୍ଥ ଥର ପାଇଁ ନିର୍ବାଚନ ରଣାଙ୍ଗନରେ ରେ ଅବତୀର୍ଣ୍ଣ ହୋଇଥିବାବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବାଂଲାଦେଶ ନେସନାଲିଷ୍ଟ ପାର୍ଟି (ବିଏନ୍‍ପି)ର ମୁଖ୍ୟ ଖାଲିଦା ଜିଆ ଏକ ଅନିଶ୍ଚିତ ଭବିଷ୍ୟତକୁ ନେଇ ଢାକା ଜେଲ୍‍ରେ କାଳ କାଟୁଛନ୍ତି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories