www.samajalive.in
Sunday, December 7, 2025
14.1 C
Bhubaneswar

ବେତନ ବୃଦ୍ଧି ଦାବିରେ ବାଂଲାଦେଶ କ୍ରିକେଟରଙ୍କ ଧର୍ମଘଟ; ଭାରତ ଗସ୍ତ ବାତିଲ ଆଶଙ୍କା

ଢାକା: ବେତନ ବୃଦ୍ଧି ସମେତ ବିଭିନ୍ନ ଦାବି ନେଇ ବାଂଲାଦେଶ କ୍ରିକେଟରମାନେ ଧର୍ମଘଟକୁ ଓହ୍ଲାଇବେ। ଦାବି ପୂରଣ ନ ହେବା ଯାଏ ଖେଳାଳିମାନେ କୌଣସି କ୍ରିକେଟ ମ୍ୟାଚରେ ଅଂଶଗ୍ରହଣ କରିବେ ନାହିଁ ବୋଲି ରୋକ୍‌ ଠୋକ୍‌ ଚେତାଇ ଦେଇଛନ୍ତି। ଟିମ୍‌ର ଟେଷ୍ଟ ଏବଂ ଟି-୨୦ କ୍ୟାପଟେନ ଶକିବ ଅଲ୍‌ ହସନଙ୍କ ସମେତ ମହମ୍ମଦୁଲ୍ଲା ଏବଂ ମୁସଫିକର ରହିମ ଏକ ଖବରଦାତା ସମ୍ମିଳନୀରେ ଏ ନେଇ ଘୋଷଣା କରିଛନ୍ତି। ଧର୍ମଘଟରେ ପାଖାପାଖି ୫୦ ଖେଳାଳି ସାମିଲ ହେବେ। ଚଳିତ ସପ୍ତାହରେ ଏକ କ୍ୟାମ୍ପ କରି ସମସ୍ତେ ଧର୍ମଘଟ କରିବେ ବୋଲି ଜଣାପଡ଼ିଛି।

ଖେଳାଳିମାନେ ହଠାତ୍‌ ଏଭଳି ନିଷ୍ପତ୍ତି ନେଇଥିବାରୁ ବର୍ତ୍ତମାନ ଚାଲିଥିବା ନ୍ୟାଶନାଲ କ୍ରିକେଟ ଲିଗ୍‌କୁ ପ୍ରଭାବିତ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ସେହିପରି ଆସନ୍ତା ନଭେମ୍ବର ୩ରେ ବାଂଲା ଟିମ୍‌ ଭାରତ ଗସ୍ତରେ ଆସିବାର ଅଛି। ସେପର୍ଯ୍ୟନ୍ତ ଏହି ଧର୍ମଘଟ ଜାରି ରହିଲେ ଦୁଇ ଦେଶ ମଧ୍ୟରେ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି। ଭାରତ ଗସ୍ତରେ ଆସି ବାଂଲା ଟିମ୍‌ ୩ଟି ଟି-୨୦ ସହିତ ୨ଟି ଟେଷ୍ଟ ମ୍ୟାଚ ମଧ୍ୟ ଖେଳିବାର ଅଛି। ବାଂଲା ଟିମ୍‌ ଓପନର ତମିମ୍‌ ଇକବାଲ କହିଛନ୍ତି, ସ୍ଥାନୀୟ କୋଚ୍‌, ଟ୍ରେନର, ଗ୍ରାଉଣ୍ଡ୍ସମ୍ୟାନଙ୍କୁ ଆମେମାନେ ସମ୍ମାନ ଦେବାର ଅଛି। ସେମାନେ ମାସ ଶେଷକୁ ଛୋଟ ପରିମାଣର ବେତନ ପାଉଛନ୍ତି। ସମସ୍ତଙ୍କ ବେତନ ବୃଦ୍ଧି କରିବାକୁ ସେ ଦାବି କରିଛନ୍ତି। ଅନ୍ୟପଟେ ଭାରତ ଗସ୍ତ ପ୍ରଭାବିତ ହେବାର ସମ୍ଭାବନା ରହିଥିବାବେଳେ ବିସିସିଆଇ ଏହାକୁ ବାଂଲାଦେଶ କ୍ରିକେଟ(ବିସିବି) ବୋର୍ଡର ଆଭ୍ୟନ୍ତରୀଣ ବ୍ୟାପାର ବୋଲି କହିଛି। ଟୁର୍ଣ୍ଣାମେଣ୍ଟ ସମ୍ପର୍କରେ ବିସିବିର ଉତ୍ତରକୁ ଅପେକ୍ଷା କରିଛୁ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories