www.samajalive.in
Monday, December 8, 2025
24.1 C
Bhubaneswar

ମେଳା ଭାଙ୍ଗିଲା ପସରା ଉଠିଲା

ବାଲିଯାତ୍ରା ସରିଲା। ପସରା ଉଠିଲା, ଯେ ଯାହା ଫେରିଗଲେ ନିଜ ନିଜ ଗାଁ କୁ। ପୁଣି ହେବ ଖାଁ ଖାଁ ମେଳା ପଡିଆ, ଥିବ ଖାଲି ବାଲି ଆଉ ବାଲି। ଏ ବାଲିରେଣୁରେ ରହିଯାଇଛି ଯେମିତି ଅତୀତର ସେହି ସାଧବ ସାଧବାଣୀର ପାଦଚିହ୍ନ, ସେଇ ଗାଁଗହଳର ନୂଆନୂଆ ହାତ ତିଆରି ହରେକ ଦରବ; ଯାହାକୁ ଖୋଜିବାକୁ ଆସନ୍ତି ଖାସ୍‍ କଟକିଆ। ବାଲିଯାତ୍ରାର ବୟସ ବଢି ବି ବଢିନି; ଆର ସନକୁ ସେ ଆସିବ ପୁଣି କୈଶୋରର ଦୁଷ୍ଟାମି ନେଇ..ନିଜ ଭିତରେ ଦୁନିଆ ଗୋଟାକର ମନକୁ ଟାଣି ହଜାଇ ଦେବାର ମରଦପଣିଆ ତାହାରି ଥାଏ, ଯାହାର ନାଁ ବାଲିଯାତ୍ରା

ବାଲିଯାତ୍ରା ସରିଲା। ରାତି ଗଡିଲେ ମେଳା ପଡିଆରୁ ବିଜୁଳି ସଂଯୋଗ କଟିବ। ଯାତ୍ରା ଶେଷଦିନ ରବିବାରରେ ଥିଲା ଅସମ୍ଭବ ଗହଳି। ଦିନ ୧୧ରୁ ଗହଳି ବାନ୍ଧି ଚାଲିଲା ଯେ ଛିଡିଲା ଯାଇ ରାତି ୧୧ଟା ପରେ। ଅପରାହ୍ଣ ସାଢେ ୧ଟା ବେଳକୁ ମୋଟରକାର୍‍ ଗୋଟିଏ କ୍ୟାଣ୍ଟନମେଣ୍ଟ୍‍ ରାସ୍ତାରେ ଗଡ଼ଗଡେଶ୍ୱର ଦେଇ ଚହଟା ଆଡ଼କୁଗଲା ଯେ, ଲାଗିଗଲା ଅଧଘଣ୍ଟା। ତାହାରି ଭିତରେ ବୁଲାବୁଲି ଓ କିଣାବିକା ଚାଲିଥିଲା ଏବଂ ଦୋଳିଝୁଲା ସାଙ୍ଗକୁ ଖିଆପିଆକୁ ଫୁରୁସତ ନ ଥିଲା। ପୁଣି ମାଟି ଓ ଫାଇବର କଣ୍ଢେଇ ସାଙ୍ଗକୁ ଅନ୍ୟାନ୍ୟ ସାମଗ୍ରୀ ଚାରିପଟେ ଗରାଖ ଘେରି ରହିଲେଣି ଅପତାହ୍ଣ ତିନିଟା ପୂର୍ବରୁ। ଦୁଇ କିଶୋର ବେପାରୀ ଆସିଛନ୍ତି ଝାଡ଼ଖଣ୍ଡରୁ ଏବଂ ଆଣିଛନ୍ତି ହାତଠେଲା ଏକ ଚକିଆ ଗାଡି। ପିଲାଙ୍କ ଏହି ଖେଳନା ଟି କାହିଁ କେଉଁ ଯୁଗରୁ ଛୁଆଙ୍କୁ ବାୟା କରିଆସୁଛି। ପୁଣି ମାଟିର ଫଳଫୁଲ ସାଙ୍ଗକୁ ରଂଗିନ ସାମଗ୍ରୀ ବି ବିକ୍ରି ହେଉଛି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories