www.samajalive.in
Saturday, December 6, 2025
26.1 C
Bhubaneswar

ଅପରେସନ ନୀଳ ଜହର ; ନଷ୍ଟ ହେଲାଣି ୮୨ କୋଟି ଟଙ୍କାର ବେଆଇନ୍ ଗଞ୍ଜେଇ ଗଛ

ବାଲିଗୁଡ଼ା: କନ୍ଧମାଳରେ ଜାରି ରହିଛି ଅପରେସନ୍ ନୀଳ ଜହର। ନଷ୍ଟ ହେଲାଣି ୮୨ କୋଟି ଟଙ୍କାର ବେଆଇନ୍ ଗଞ୍ଜେଇ ଗଛ । କନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ପୁଲିସ ଓ ଅବକାରୀ ବିଭାଗର ମିଳିତ ଅପରେସନ୍ ଜାରି ରହିଛି । ବାଲିଗୁଡ଼ା ଥାନା ଅଞ୍ଚଳରେ ୨୦୨୩ ନଭେମ୍ବର ମାସରୁ ଏହି ଅପରେସନ୍ ଆରମ୍ଭ ହୋଇଥିବା ବେଳେ ଏଯାବତ୍ ବାଲିଗୁଡ଼ା ଥାନା ଅଧିନସ୍ଥ ବିଭିନ୍ନ ଅଞ୍ଚଳର ୮୧୯ ଏକର ଜଙ୍ଗଲ ଜମିରେ ହୋଇଥିବା ବେଆଇନ୍ ଗଞ୍ଜେଇ ଚାଷକୁ ନଷ୍ଟ କରାଗଲାଣି । ବାଲିଗୁଡ଼ା ଏସଡିପିଓ ୟସ୍ ପ୍ରତାପ ଶ୍ରୀମଲ ଓ ଥାନା ଅଧିକାରୀ ସୁଶାନ୍ତ ସାହୁଙ୍କ ନେତୃତ୍ୱରେ ପୁଲିସ ଅଧିକାରୀଙ୍କ ସମେତ ସଶସ୍ତ୍ର ପୁଲିସ ବାହିନୀ ଏବଂ ଅବକାରୀ ଅଧିକାରୀ ଓ କର୍ମଚାରୀ ଅପରେସନରେ ସାମିଲ୍ ହୋଇ ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବେଆଇନ୍ ଗଞ୍ଜେଇ ଗଛକୁ କାଟିବା ସହ ସେଥିରେ ନିଆଁ ଲଗାଇ ପୋଡ଼ି ନଷ୍ଟ କରିଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ନଷ୍ଟ କରାଯାଇଥିବା ଅଞ୍ଚଳର ୮୧୯ ଜଙ୍ଗଲ ଜମିରେ ବେଆଇନ୍ ଭାବେ ଚାଷ ହୋଇଥିବା ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ ପାଖାପାଖି ୮୨ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି । ଏହି ଅପରେସନ୍ ଆଗକୁ ମଧ୍ୟ ଜାରି ରହିବ ଏବଂ ଅଞ୍ଚଳକୁ ଗଞ୍ଜେଇ ମୁକ୍ତ କରିବା ପାଇଁ ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ଏହି ପ୍ରୟାସ ଜାରି ରହିଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories