www.samajalive.in
Sunday, December 14, 2025
23.1 C
Bhubaneswar

ବିଳମ୍ବିତ ରାତିରେ ଜଗନ୍ନାଥ ମନ୍ଦିରରୁ ଲୁଟ

ବାଲିଆପାଳ: ବାଲିଆପାଳ ଥାନା ଅସ୍ତି ପଞ୍ଚାୟତ ଅନ୍ତର୍ଗତ ବଡମଇଁଷାଢି ଗ୍ରାମରେ ଥିବା ଜଗନ୍ନାଥ ମନ୍ଦିରରୁ ସୋମବାର ବିଳମ୍ବିତ ରାତିରେ ତାଲା ଭାଙ୍ଗି ଲୁଟ ହୋଇଛି । ଲୁଟେରାମାନେ ଠାକୁରଙ୍କ ସମସ୍ତ ଅଳଙ୍କାର ,ହୁଣ୍ଡିବାକ୍ସରେ ଥିବା ଟଙ୍କା ସମେତ ଠାକୁରଙ୍କ ବାସନ ମଧ୍ୟ ନେଇଯାଇଛନ୍ତି । ତେବେ ଆଶ୍ଚଯ୍ୟର କଥା ମନ୍ଦିର ଭିତରେ ଥିବା ଗୋପାଳ ଠାକୁରଙ୍କ ଏକ ମୂଲ୍ୟବାନ ମୂର୍ତ୍ତି ମଧ୍ୟ ଲୁଟେରାମାନେ ନେଇଯାଇଥିବା ଜଣାପଡିଛି । ବାଲିଆପାଳ କର୍ମଦ୍ଦା ଭଳି ଏକ ଜନଗହଳୀ ପୂର୍ଣ୍ଣ ରାସ୍ତା ପାର୍ଶ୍ବରେ ଥିବା ଏହି ମନ୍ଦିରରୁୁ ଚୋରି ହେବା ସମସ୍ତଙ୍କୁ ଆଶ୍ଚଯ୍ୟ ଚକିତ କରିଛି । ଚୋରି ସଂକ୍ରାନ୍ତରେ ଆଜି ସକାଳେ ଗ୍ରାମବାସୀ ଜାଣିବା ପରେ ବାଲିଆପାଳ ଥାନାକୁ ଖବର ଦେଇଥିଲେ । ଖବର ପାଇ ବାଲିଆପାଳ ପୁଲିସ ଘଟଣାର ତଦନ୍ତ କରୁଛି ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories