ପନ୍ତେଇ ପୋଲ ନିର୍ମାଣ ସମୟରେ ଭୁଷୁଡିଲା କାଷ୍ଟିଙ୍ଗରଡ: ୬ ଶ୍ରମିକ ଆହତ, ୨ ଗୁରୁତର
ବାଲିଆପାଳ: ବାଲିଆପାଳ ବ୍ଲକ ଅନ୍ତର୍ଗତ ଜାମକୁଣ୍ଡା ପ ।ୟତ ର ପନ୍ତେଇ ଠାରେ ସୁବର୍ଣ୍ଣରେଖା ନଦୀ ଉପରେ ପୋଲ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଆଜି ସନ୍ଦ୍ୟାରେ ଏକ ଅଭାବନୀୟ ଘଠଣା ଘଟିଯାଇଛି । ଗୋଟିଏ ଷ୍ପାନ ରଡ କାଷ୍ଟିଙ୍ଗ ଚାଲୁଥିବା ସମୟରେ ହଟାତ ଭୁଷୂଡି ପଡିବାରୁ ନିର୍ମାଣ କାର୍ଯ୍ୟରେ ନିୟୋଜିତ ୬ ଜଣ ଶ୍ରମିକ ଆହତ ହୋଇଛନ୍ତି ।
ସମସ୍ତ ଆହତମାନଙ୍କୁ ବାଲିଆପାଳ ଘୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।ଗୁରୁତର ଦୁଇ ଶ୍ରମିକ ହେଲେ ଦିଲ୍ଲୀଫ ମୁର୍ମ୍ମୁ, ଏବଂ ସମୟ ଚେପେୟା ବୋଲି ଜଣାଯାଇଛି ।
ସୂଚନା ଯୋଗ୍ୟ ୨୦୦୯ ମସିହାରେ ୧୫୫ କୋଟି ବ୍ୟୟ ଅଟକଳରେ ଏହି ହାଇଲେବୁଲ ବ୍ରୀକଜ ନିର୍ମାଣ ପାଇଁ ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭ ଦେଇଥିଲେ । ଏଲଏଟି କଲମ୍ପାନୀ ପକ୍ଷରୁ ଏହି ପୋଲ ନିର୍ମାଣ କରାଯାଉଛି ।ତେବେ କମ୍ପାନୀ ପକ୍ଷରୁ ଶ୍ରମିକ ମାନଙ୍କର ସୁରକ୍ଷା ବ୍ୟବସ୍ଥା ପ୍ରତି ଧ୍ଯାନ ଦିଆନଯାଇ କାର୍ଯ୍ୟ କରାଯାଉଥିବା ବେଳେ ନିମ୍ନ ମାନର କାମ ନେଇ ସ୍ଥାନିୟ ଲୋକେ ଅଭିଯୋଗ କରିଛନ୍ତି ।
Comments are closed.