ଟ୍ରକକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୭ ଗୁରୁତର

ବଲେଶ୍ବର: ବଲେଶ୍ବର ଜିଲା ୬୦ ନମ୍ବର ଜାତୀୟ ରାଜପଥର ଜଳେଶ୍ୱର ଥାନା ଅନ୍ତର୍ଗତ ସାଇ ସର୍ଭିସ ଷ୍ଟେସନର ଅନତି ଦୂରରେ ଭୁବନେଶ୍ୱରରୁ କୋଲକାତା ଯାଉଥିବା (ଡବ୍ଲୁ -ବି -୪୫-୦୮୯୨)ନମ୍ବରର ଏକ ବସ ଟ୍ରକ ପଛପଟେ ଧକ୍କା ଦେଇଥିଲା। ଏଥିରେ ଥିବା ୭ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ପ୍ରଥମେ ଗୁରୁତରଙ୍କୁ ଉଦ୍ଧାର କରାଯାଇ ଜଳେଶ୍ୱରର ଜିକେ ଭଟ୍ଟର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ଆମ୍ବୁଲାନ୍ସ ଯୋଗେ ବାଲେଶ୍ୱର ପଠାଯାଇଛି। ବସରେ ଥିବା ଅନ୍ୟ ଯାତ୍ରୀ ମାନେ ଉଣା ଅଧିକେ ଖଣ୍ଡିଆ ଖବରା ହୋଇଥିଲେ ମଧ୍ୟ କୋଲକତାଗାମୀ ଅନ୍ୟ ବସରେ ଯାତ୍ରୀମାନେ ଯାଇଥିବା ଜଣାପଡିଛି।

Comments are closed.