ବାଲେଶ୍ୱର : ବାଲେଶ୍ୱର ଜିଲାସ୍ଥିତ ବାହାନଗା ରେଳ ଷ୍ଟେସନରେ ଥିବା ଏକ ମାଲବାହୀ ଟ୍ରେନରେ ରବିବାର ଅଗ୍ନିକାଣ୍ଡ ହୋଇଛି। ଖବର ପାଇ ଦୁଇଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଛି। ଫଳରେ ପଛରେ ଆସୁଥିବା ଟ୍ରେନ ଅଟକି ରଖିଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ସୂଚନାଅନୁଯାୟୀ, ମାଲବାହୀ ଟ୍ରେନର ବଗିରେ ହଠାତ ନିଆଁ ଲାଗି ଯାଇ ଧୂଆ ବାହାରିଥିଲା। ମାଲଗାଡ଼ିଟି କୋଇଲା ବୋଝେଇ କରି ପାରାଦୀପରୁ ହଳଦିଆ ଯାଉଥିଲା।
Popular Categories



