www.samajalive.in
Saturday, December 6, 2025
26.1 C
Bhubaneswar

ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ

ବାଲେଶ୍ୱର /ନୀଳଗିରି :ବାଲେଶ୍ୱର ଜିଲା ନୀଳଗିରି ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ବାବୁରାମ ସିଂ (୪୦)। ମିଳିଥିବା ସୂଚନା ଅନୁଯାୟୀ, ବାଘମରା ଗାଁର ବାବୁରାମ ସିଂଙ୍କ ମା’ ସମ୍ପ୍ରତି ବିଚାରଧୀନ ବନ୍ଦୀ ଭାବେ ବାଲେଶ୍ୱର ଜେଲରେ ଅଛନ୍ତି। ତାଙ୍କ ଜାମିନ ପାଇଁ ବାବୁରାମ ସେହି ଗାଁର ଚୁନୁ ସିଂହଙ୍କୁ ୫୦୦୦ ଟଙ୍କା ଦେଇଥିଲେ। ବାବୁରାମ ଏହି ଟଙ୍କା ଚୁନୁକୁ ଫେରସ୍ତ ମାଗିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଚୁନୁ ଉତ୍ତକ୍ଷିପ୍ତ ହୋଇ ଏକ ଠେଙ୍ଗାରେ ବାବୁରାମକୁ ନିସ୍ତୁକ ମାଡ଼ ମାରିବା ସହ କଟୁରିରେ ଆକ୍ରମଣ କରିଥିଲା। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ବାବୁରାମଙ୍କୁ ନୀଳଗିରି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପାଇଁ ଚୁନୁ ଆର୍ଥିକ ସହାୟତା ଯୋଗାଇବା ଓ ବାଲେଶ୍ୱର ମେଡ଼ିକାଲରେ ଚିକିତ୍ସା କରାଇବ ବୋଲି ପ୍ରତିଶ୍ରୁତି ଦେଇ ବାବୁରାମଙ୍କୁ ନୀଳଗିରି ମେଡ଼ିକାଲରୁ ଘରକୁ ନେଇ ଆସିଥିଲା। କିନ୍ତୁ ପରେ ଚୁନୁ ଆଉ ଧରାଛୁଆଁ ଦେଇନଥିଲା। ଫଳରେ ଘରେ ପଡ଼ିରହି ବାବୁରାମର ମୃତ୍ୟୁ ହୋଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି। ଏନେଇ ବାବୁରାମଙ୍କ ଭାଇ ବିଦେଶୀ ସିଂଙ୍କ ରିର୍ପୋଟ ଆଧାରରେ ଆଇଆଇସି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି। ଅଭିଯୁକ୍ତ ଚୁନୁ ସିଂହ ଫେରାର ଥିବା ଜଣାପଡ଼ିଛି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories