www.samajalive.in
Sunday, December 7, 2025
18.1 C
Bhubaneswar

ମୋଦୀଙ୍କ ଟ୍ବିଟର ଅନୁଗାମୀ ସଂଖ୍ୟା ୫ କୋଟି ଟପିଲା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। ମାଇକ୍ରୋ ବ୍ଲଗିଂ ସାଇଟ୍‌ ଟ୍ବିଟରରେ ମୋଦୀଙ୍କ ଅନୁଗାମୀ ସଂଖ୍ୟା ୫ କୋଟି(୫୦ ନିୟୁତ) ଟପିଛି। ଟ୍ବିଟରରେ ସବୁଠାରୁ ଅଧିକ ଅନୁଗାମୀ ଥିବା ଭାରତୀୟ ହେବାରେ ମୋଦୀଙ୍କ ନାଁ ଆଗରେ ରହିଛି। ଏହା ବ୍ୟତୀତ ବିଶ୍ଵସ୍ତରରେ ମଧ୍ୟ ମୋଦୀ ଆଗଧାଡ଼ିରେ ରହିଛନ୍ତି। ମୋଦୀଙ୍କ ଟ୍ବିଟର ହ୍ୟାଣ୍ଡେଲ @narendramodi ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କଠାରୁ ଅଳ୍ପ ବ୍ୟବଧାନରେ ପଛରେ ରହିଛି। ଟ୍ରମ୍ପଙ୍କ ଅନୁଗାମୀ ସଂଖ୍ୟା ୬୪ ନିୟୁତ ଅର୍ଥା ୬ କୋଟି ୪୦ ଲକ୍ଷ ରହିଛି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ପ୍ରଥମ ସ୍ଥାନରେ ରହିଛନ୍ତି। ଟ୍ବିଟରରେ ତାଙ୍କର ୧୦ କୋଟି ୮୦ ଲକ୍ଷ(୧୦୮ ନିୟୁତ) ଅନୁଗାମୀ ଅଛନ୍ତି।

ତେବେ ଟ୍ବିଟର ଅନୁଗାମୀ ସଂଖ୍ୟାରେ କୌଣସି ଭାରତୀୟ ରାଜନେତା ମୋଦୀଙ୍କ ନିକଟତର ହୋଇପାରି ନାହାନ୍ତି। ମୋଦୀଙ୍କ ପଛକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଟ୍ବିଟର ଆକାଉଣ୍ଟରେ ଅନୁଗାମୀ ସଂଖ୍ୟା ୩୦ ନିୟୁତ ରହିଛି। ମୋଦୀ ୨୦୦୯ରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବାବେଳେ ଟ୍ବିଟରରେ ନିଜର ଆକାଉଣ୍ଟ ଖୋଲିଥିଲେ। ମାତ୍ର ୨୦୧୪ରେ ସେ ପ୍ରଧାନମନ୍ତ୍ରୀ ହେବା ପରଠାରୁ ତାଙ୍କ ଅନୁଗାମୀ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇଥିଲା।

- Advertisement -

ସୂଚନାଯୋଗ୍ୟ, ଗତବର୍ଷ ଅନ୍ତର୍ଜାତୀୟ ସ୍ତରର ସର୍ବେକ୍ଷଣ ସଂସ୍ଥା ଗ୍ୟାଲପ୍‌ ଇଣ୍ଟରନ୍ୟାଶନାଲ ମୋଦୀଙ୍କୁ ବିଶ୍ଵର ୩ ପ୍ରମୁଖ ନେତାଙ୍କ ମଧ୍ୟରେ ସ୍ଥାନିତ କରିଥିଲା। ଚୀନ ରାଷ୍ଟ୍ରପତି ଜି ଜିନପିଙ୍ଗ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ତତ୍କାଳୀନ ବିଟେନ ପ୍ରଧାନମନ୍ତ୍ରୀ ଥେରେସା ମେଙ୍କୁ ପଛରେ ପକାଇ ମୋଦୀ ୩ୟ ସ୍ଥାନରେ ରହିଥିଲେ। ପ୍ରଥମ ସ୍ଥାନରେ ଜର୍ମାନୀ ଚାନ୍‌ସେଲର ଆଞ୍ଜେଲା ମର୍କେଲ ଏବଂ ୨ୟ ସ୍ଥାନରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ରହିଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories