www.samajalive.in
Saturday, December 6, 2025
26.1 C
Bhubaneswar

ମେଡିକାଲରୁ ଚୋରି ନବଜାତ ଉଦ୍ଧାର

ବାଲେଶ୍ବର : ବାଲେଶ୍ଵର ମେଡିକାଲରୁ ଚୋରି ହୋଇଥିବା ନବଜାତ ଶିଶୁ ଉଦ୍ଧାର ହୋଇଛି। ଜଳେଶ୍ଵର ଅଞ୍ଚଳରୁ ପୁଲିସ ନବଜାତ ପୁତ୍ରକୁ ଉଦ୍ଧାର କରିଛି। ତେବେ ଶିଶୁଟିକୁ ଚୋରି କରିଥିବା ମହିଳାଙ୍କ ସମେତ ଆଶାକର୍ମୀଙ୍କୁ ପୁଲିସ ଅଟକ ରଖିଛି। ଶିଶୁଟିକୁ ଉଦ୍ଧାର କରାଯିବା ପରେ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ରବିବାର ବାଲେଶ୍ବର ଜିଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗରୁ ନବଜାତ ଶିଶୁ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା। ଶନିବାର ରାତି ପ୍ରାୟ ୧୨ଟାରେ ଜିଲା ମୁଖ୍ୟ ଚିକିତ୍ସାଳୟ​ ପ୍ରସୂତି ୱାର୍ଡ଼ରେ ଭର୍ତ୍ତି ହୋଇଥିବା ବାଲିଆପାଳ ଥାନା କୁଲାଚଡ଼ ଗାଁର ପୂର୍ଣ୍ଣଚନ୍ଦ୍ର ଦଣ୍ଡପାଟଙ୍କ ପତ୍ନୀ ଅନୀତାଙ୍କର  ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ମା ଓ ଶିଶୁ ଡାକ୍ତରଖାନା ୱାର୍ଡରେ ଥିବାବେଳେ ରବିବାର ଜଣେ ଅଚିହ୍ନା ମହିଳା ସେଠାରେ ପହଞ୍ଚି ଅନୀତା ଓ ତାଙ୍କ ଶାଶୁଙ୍କ ସହ ଗପସପ କରୁ କରୁ ନବଜାତ ଶିଶୁକୁ ଧରାଧରି କରିଥିଲେ। ଏମିତିକି ଆଶା କର୍ମୀ ସନ୍ଧ୍ୟାରାଣିଙ୍କ ସହ ମଧ୍ୟ ଶିଶୁର ସ୍ବାସ୍ଥ୍ୟ ଅବସ୍ଥା ଓ ଯତ୍ନ ବାବଦ ସେ ଆଲୋଚନା କରୁଥିଲେ। ସେ ବାରମ୍ବାର ଅନୀତାଙ୍କ ଶଯ୍ୟା ପାଖକୁ ଆସି ସେମାନଙ୍କର ସମସ୍ୟା ବାବଦ ପଚାରି ବୁଝୁଥିଲେ। ରବିବାର ଆଶାକର୍ମୀ ସନ୍ଧ୍ୟାରାଣୀ ଏବଂ ଅନୀତାଙ୍କ ଶାଶୁ ୱାର୍ଡ଼ରେ ନ ଥିବାର ସୁଯୋଗ ଦେଖି ଅଚିହ୍ନା ମହିଳା ଜଣକ ଡାକ୍ତରଙ୍କୁ ଦେବା କଥା କହି ଶିଶୁପୁତ୍ରକୁ ନେଇ ଯାଇଥିଲେ। ମାତ୍ର ଦୀର୍ଘ ସମୟ ପର୍ଯ୍ୟନ୍ତ ସେ ନ ଫେରିବା ଦେଖି ଅନୀତାଙ୍କ ପରିବାର ଲୋକେ ଖୋଜାଖୋଜି ପରେ ହସପିଟାଲ ଫାଣ୍ଡିରେ ଅଭିଯୋଗ କରିଥିଲେ। ଖବର ପାଇ ଟାଉନ ଥାନା ପୁଲିସ ଡାକ୍ତରଖାନାରେ ପହଞ୍ଚି ସିସିଟିଭି କ୍ୟାମେରା ଯାଞ୍ଚ କରିବା ସହ ଅଚିହ୍ନା ମହିଳାର ଗତିବିଧି ସମ୍ପର୍କିତ ଭିଡିଓ ଜବତ କରିଛି। ଅନ୍ୟପକ୍ଷରେ ଅନୀତାଙ୍କ ସହ ଆସିଥିବା ଆଶା କର୍ମୀ ଓ ହସପିଟାଲର ସୁରକ୍ଷା କର୍ମୀଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରିଥିଲା। ଆଜି ଜଳେଶ୍ଵର ଅଞ୍ଚଳରୁ ପୁଲିସ ନବଜାତ ପୁତ୍ରକୁ ଉଦ୍ଧାର କରିଛି।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories