ଭୁବନେଶ୍ଵର: ଜଳୁଛି ସାରା ଓଡିଶା। ଆଜି ବି ଅସହ୍ୟ ତାତିରେ କଲବଲ ହେଉଛନ୍ତି ରାଜ୍ୟବାସୀ। ଦିନ ସାଢେ ୮ଟାରୁ ଜଳିଲାଣି ଅଧିକାଂଶ ଅଞ୍ଚଳ। ୮ଟା ୩୦ରେ ଭୁବନେଶ୍ଵରରେ ୩୨.୬ ଡିଗ୍ରୀ ରେକର୍ଡ କରାଯାଇଛି। ୩୪.୪ ଡିଗ୍ରୀ ସହ ବାଲେଶ୍ଵର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସେହିପରି ଚାନ୍ଦବାଲିରେ ୩୨.୬, ପୁରୀ ୩୨.୪, କେନ୍ଦୁଝର ୩୧.୨ ଡିଗ୍ରୀ, ଝାରସୁଗୁଡା ୩୧.୪ ଡିଗ୍ରୀ , ଗୋପାଳପୁର ୩୧.୪ ଡିଗ୍ରୀ , ହୀରାକୁଦ ୩୧ ଡିଗ୍ରୀ , ପାରାଦୀପ ୩୦.୮, ସମ୍ବଲପୁରରେ ୩୦.୪ ଏବଂ ରାଉରକେଲାରେ ୩୦ ହିଗ୍ରୀ ରେକର୍ଡ କରାଯାଇଛି। ସେପଟେ ଆସନ୍ତା ୫ ଦିନ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିବା ନେଇ ପାଣିପାଗ ବିଭାଗ ଚେତାବନୀ ଦେଇଛି।
Popular Categories



