bjd gruha runa banner

ଯାଜପୁର ବସ୍‌‌ ଦୁର୍ଘଟଣା: ଆଇସିୟୁରେ ୫ଭର୍ତ୍ତି, ଆହତଙ୍କୁ ଭେଟିଲେ ୫ଟି ଅଧ୍ୟକ୍ଷ

bjd  ek lkhya koti banner

କଟକ: ଯାଜପୁର ବାରବାଟୀ ବସ୍‌‌ ଦୁର୍ଘଟଣାରେ ଏସସିବିରେ ଆହତଙ୍କର ଚିକିତ୍ସା କରାଯାଉଛି। ଦୁର୍ଘଟଣାରେ ୫ଜଣଙ୍କ ଅବସ୍ଥା ସଂକଟାପର୍ଣ୍ଣ ହୋଇଥିବାରୁ ସେମାନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇ ସ୍ୱତନ୍ତ୍ର ଡାକ୍ତରୀଦଳ ସେମାନଙ୍କ ଚିକିତ୍ସା କରୁଛନ୍ତି। ଏହାସହିତ ଏସସିବିର ଅସ୍ଥଶଲ୍ୟରେ ୧୪ଜଣ ଭର୍ତ୍ତି ହୋଇଛନ୍ତି। ସୋମବାର ଦୁର୍ଘଟଣା ପରେ ଏସସିବିରେ ୪୬ ଆହତ ଭର୍ତ୍ତି ହୋଇଥିଲେ। ସେମାନଙ୍କ ମଧ୍ୟରୁ ଚିକିତ୍ସାପରେ ୨୭ଜଣଙ୍କୁ ଡିସଚାର୍ଜ କରାଯାଇଥିବା ସୂଚନା ମିଳିଛି।
ସେପଟେ ଏସସିବିରେ ଆହତଙ୍କୁ ଭେଟିଛନ୍ତି ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ମଙ୍ଗଳବାର ଭୋରୁ ମେଡିକାଲ କାଜୁଆଲିଟିରେ ପହଂଚି ଆହତଙ୍କୁ ଭେଟି ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ସମସ୍ତଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦିଆଯାଉଛି। ସମସ୍ତେ ଧୈର୍ଯ୍ୟ ରଖିବା ପାଇଁ କହିବା ସହି ନିୟୋଜିତ ଡାକ୍ତରୀ ଟିମଙ୍କୁ ଧନ୍ୟବାଦ ଜଣାଇଥିଲେ ୫ଟି ଅଧ୍ୟକ୍ଷ।

Comments are closed.