www.samajalive.in
Wednesday, December 10, 2025
14.1 C
Bhubaneswar

ଅନୁଦାନ ପାଣ୍ଠି ବାଟ ମାରଣା ଅଭିଯୋଗ

ଲୋଇସିଂହା: ବଲାଙ୍ଗୀର ଜିଲା ଆଗଲପୁର ବ୍ଳକ ରୋତ୍‍ ପଞ୍ଚାୟତ ଅଧିନସ୍ଥ ଛେଲଖାଇ ଗ୍ରାମରେ ଅନୁଦାନ ପାଣ୍ଠି ବାଟ ମାରଣା ଅଭିଯୋଗ ହୋଇଛି।  ଆଗଲପୁର ବ୍ଳକ ରୋତ୍‍ ପଞ୍ଚାୟତ ଅଧିନସ୍ଥ ଛେଲଖାଇ ଗ୍ରାମର ବୀର ସୁରେନ୍ଦ୍ର ସାଏ ଯୁବକ ସଂଘର କର୍ମକର୍ତ୍ତା ଓ ଗ୍ରାମବାସୀମାନେ କରିଥିବା ଅଭିଯୋଗ ଅନୁଯାୟୀ, ୨୦୧୭-୧୮ ଆର୍ଥିକ ବର୍ଷରେ ଗ୍ରାମରେ ଥିବା ଖେଳ ପଡିଆ ଉନ୍ନତି କରଣ ପାଇଁ ମନରେଗା ଯୋଜନାରେ ୯ ଲକ୍ଷ ଟଙ୍କା ସରକାରଙ୍କ ପକ୍ଷରୁ ଅନୁଦାନ ଯୋଗାଇ ଦିଆଯାଇଥିଲା। ଅନ୍ୟ ପକ୍ଷରେ ଗ୍ରାମର ବ୍ରାହ୍ମଣମୁଣ୍ଡା (ଜଳପ୍ରକଳ୍ପ)ରୁ ମାଟି ଉଠାଇବା ପାଇଁ “ଆମ ଗାଁ ଆମ ବିକାଶ” ଯୋଜନା ରେ ୨ଲକ୍ଷ ୭୦ ହଜାର ଟଙ୍କା ଅନୁଦାନ ଆସିଥିଲା। ସମୁଦାୟ ୧୧ ଲକ୍ଷ ୭୦ ହଜାର ଅନୁଦାନ ପାଣ୍ଠିରୁ ଗ୍ରାମରେ ମାତ୍ର ୪୦/୫୦ ହଜାର ଟଙ୍କାର ମାଟି କାମ କରାଯାଇ ସମସ୍ତ ଅର୍ଥ ବାଟ ମାରଣ ହୋଇଥିବା ଅଭିଯୋଗ ହୋଇଛି।

ଜଳାଶୟରୁ ଟ୍ରାକ୍ଟର ସାହାଯ୍ୟରେ କିଛି ପରିମାଣରେ ମାଟି ଉଠାଯାଇ ନିକଟରେ ଥିବା ଉକ୍ତ ପଡିଆରେ ପକାଯାଇଛି ଏବଂ ଉଭୟ ପ୍ରକଳ୍ପ ନାଁ ରେ ସମୁଦାୟ ଅର୍ଥ ବିଲ କରି ଉଠାଇ ନିଆଯାଇଛି ବୋଲି ଅଭିଯୋଗ କରି ଏହାର ଉପଯୁକ୍ତ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଛନ୍ତି। ଏହା ବ୍ୟତୀତ ଅଭିଯୋଗ ପତ୍ରର ନକଲ ରାଜ୍ୟ ମୁଖ୍ୟ ଶାସନ ସଚିବ, ପଞ୍ଚାୟତି ରାଜ ବିଭାଗର ପ୍ରମୁଖ ସଚିବ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଓ ୫ -ଟି ସଚିବ ଏବଂ ଦୁର୍ନିତୀ ନିବାରଣ ବିଭାଗ ମହାନିର୍ଦ୍ଦେଶକ ସମେତ ଭାରତ ସରକାରଙ୍କ ଗ୍ରାମିଣ ବିକାଶ ମନ୍ତ୍ରାଳୟକୁ ପଠାଇଥିବା ଜଣାପଡିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories