www.samajalive.in
Monday, December 8, 2025
24.1 C
Bhubaneswar

ଡଃ. ଏପିଜେ ଅବଦୁଲ କଲାମଙ୍କ ୮୮ତମ ଜନ୍ମଜୟନ୍ତୀ ଉପଲକ୍ଷେ ପ୍ରତିମୂର୍ତ୍ତି ଉନ୍ମୋଚନ

କଟକ: ପୂର୍ବତନ ରାଷ୍ଟ୍ରପତି ଡଃ. ଏପିଜେ ଅବଦୁଲ କଲାମଙ୍କ ୮୮ତମ ଜନ୍ମ ଜୟନ୍ତୀ ଅବସରରେ କଟକ ମାନସିଂପାଟଣା ମୁନସିପାଲ ହାଇସ୍କୁଲଠାରେ ଡ଼ଃ କଲାମଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି। ଫାଇଟ୍‍ ଫର ଦି ଫାଉଣ୍ଡର ଅଫ ରେଭେନ୍ସା ଇନଷ୍ଟିଚ୍ୟୁସନ୍‍ ଟ୍ରଷ୍ଟ୍‍ ଓ ଜାଗୃତ ଓଡ଼ିଶା ଟ୍ରଷ୍ଟ୍‍ ପକ୍ଷରୁ ମଙ୍ଗଳବାର ପୂର୍ବାହ୍ନରେ ବାରବାଟୀ – କଟକ ବିଧାୟକ ଇଂ ମହମ୍ମଦ ମୋକିମ ଡ଼ଃ କଲାମଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରି ଏହି ପୁରାତନ ବିଦ୍ୟାଳୟକୁ ଏକ ଆଦର୍ଶ ବିଦ୍ୟାଳୟରେ ପରିଣତ କରିବାକୁ ସମସ୍ତ ପ୍ରକାରର ସାହାଯ୍ୟ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ପ୍ରକାଶ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳସଚିବ ଅଶୋକ କୁମାର ଦାଶ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସାମ୍ପ୍ରତିକ ପରିସ୍ଥିତିରେ ନିଜର ଆଗ୍ରହ ଅନୁଯାୟୀ ବୃତ୍ତି ଚୟନକୁ ପ୍ରାଧାନ୍ୟ ଦେବାକୁ ପରାମର୍ଶ ଦେଇଥିଲେ। ବିଶିଷ୍ଟ ବୈଜ୍ଞାନିକ ତଥା ସମାଜର ପ୍ରାକ୍ତନ ସମ୍ପାଦକ ଡ. ପ୍ରମୋଦ କୁମାର ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ଡ. କଲାମଙ୍କ ସରଳ ଜୀବନଯାପନ ଓ ଅସାଧାରଣ କୃତିତ୍ୱ ସଂପର୍କରେ ଆଲୋକପାତ କରିଥିଲେ। ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଡ଼ଃ କଲାମଙ୍କ ସ୍ମୃତିରେ ‘ଯୁବ ନେତୃତ୍ୱ ପକ୍ଷ’ ଉଦ୍‍ଘାଟିତ ହୋଇଛି।

- Advertisement -

 

 

 

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories