www.samajalive.in
Saturday, December 6, 2025
19.1 C
Bhubaneswar

ସହର ଭିତରେ କାୟା ମେଲାଉଛି କରୋନା: କଟକଣାକୁ ବେଖାତିର, ନିୟମ କଡାକଡିରେ ପ୍ରଶାସନ ବିଫଳ

ବଲାଙ୍ଗିର: ବଲାଙ୍ଗିର ସହରର ଗୋଟିଏ ପଡାରୁ ଆଉ ଗୋଟିଏ ପଡାକୁ ବ୍ୟାପିବାରେ ଲାଗିଛି କରୋନା ସଂକ୍ରମଣ। ରବିବାର ବଲାଙ୍ଗିର ସହରର ୧୨ ଜଣ ସମେତ ଜିଲାର ଅନ୍ୟ ଅଞ୍ଚଳରୁ ଆଉ ୯ ଜଣ ରୋଗୀ ପଜିଟିଭ ଚିହ୍ନଟ ହେବା ପରେ ଜିଲା ପ୍ରଶାସନ ପାଇଁ ଅଡୁଆ ବଢିଛି। ଗତ କିଛି ଦିନ ହେଲା ସଂକ୍ରମଣ ପରିମାଣ ଆଖିଦୃଶିଆ ନଥିବା ବେଳେ ରବିବାର ୧୯ ଜଣ ରୋଗୀ ଚିହ୍ନଟ ହେବା ପରେ ସାଧାରଣ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ସହର ଭିତରେ ଲକଡାଉନ, ସଟଡାଉନ କଟକଣାକୁ ଉପହାସ କରାଯାଉଥିବା ଦେଖିବାକୁ ମିଳିଛି। ସାମାଜିକ ଦୂରତ୍ୱ, ସାନିଟାଇଜର, ମାସ୍କ ବ୍ୟବହାର ନିୟମ କଡାକଡି ହେଉନଥିବା ବେଳେ ବଡ ବଡ ଦୋକାନମାନଙ୍କରେ ଏହାର ଖୋଲା ଉଲ୍ଲଂଘନ କରାଯାଉଥିବା ଦେଖିବାକୁ ମିଳିଛି।

ବଲାଙ୍ଗିର ଜିଲାରେ ରବିବାର ୧୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତ କିଛି ଦିନ ଭିତରେ ଏତେ ସଂଖ୍ୟକ ରୋଗୀ ଏକାଥରକେ ଚିହ୍ନଟ ହୋଇ ନ ଥିଲେ। ଏଥିରୁ ବଲାଙ୍ଗିର ପୌରପରିଷଦର ୧୨ ଜଣ ରୋଗୀ ଚିହ୍ନଟ ହେବା ଏବେ ପ୍ରଶାସନର ମୁଣ୍ଡବ୍ୟଥାର କାରଣ ପାଲଟିଛି।

- Advertisement -

ସରକାରୀ ତଥ୍ୟ ଅନୁସାରେ ବେହେରାପାଲି ଅଞ୍ଚଳର ୫ ଜଣ ରୋଗୀ ଏକଥରକେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଗାନ୍ଧିନଗରପଡା, ସାଗର କଲୋନୀ, ବରପାଲିପଡା, ମାଲପଡା, ସୁଦପଡାରୁ ଜଣେ ଲେଖାଏଁ ରୋଗୀ ଚିହ୍ନଟ ହୋଇଥିବା ବେଳେ ବୁର୍ଲା ଭୀମସାରରେ ଚିକିତ୍ସିତ ହେଉଥିବା ଚିମନିଭାଟିପଡାର ଦୁଇ ଜଣ ରୋଗୀ ସଂକ୍ରମିତ ଥିବା ସ୍ୱାବ ପରୀକ୍ଷାରୁ ଜଣାପଡିଛି। ଏହିପରି ଭାବେ ଏକାଥରକେ ସହରର ବିଭିନ୍ନ ଅଞ୍ଚଳରୁ ୧୨ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ମଧ୍ୟ ଏହି ପଡା ମାନଙ୍କରେ ସଂକ୍ରମିତ ରୋଗୀ ଚିହ୍ନଟ ହୋଇ କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ସେହିପରି ଜିଲାର ଲୋଇସିଂହା ବ୍ଲକ ବନଛୋରପାଲି ଗାଁର ଜଣେ ବଙ୍ଗୋମୁଣ୍ଡା ବ୍ଲକ କନ୍ଧବାହାଲ ଗାଁର ୩ ଜଣ, ତୁରେକେଲା ବ୍ଲକ କଣ୍ଟାବାଞ୍ଜିର ଜଣେ, ପାଟଣାଗଡ ଉଲବା ଗାଁର ଜଣେ ରୋଗୀ ଚିହ୍ନଟ ହୋଇଥିବା ସରକାରୀ ତଥ୍ୟରୁ ଜଣାପଡିଛି। ତେବେ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ବଲାଙ୍ଗିର ସହରର ମୁଖ୍ୟ ପଡା ମାନଙ୍କରେ ପଜିଟିଭ ରୋଗୀ ଚିହ୍ନଟ ହେବାରେ ଲାଗିଛନ୍ତି। ଏମିତିରେ ସାମାଜିକ ଦୂରତା, ଲକଡାଉନ, ସଟଡାଉନ ନିୟମକୁ ପ୍ରଶାସନ କଡାକଡି କରିବା କଥା। କିନ୍ତୁ ଏଥିରେ ଜିଲା ପ୍ରଶାସନ ସଂପୂର୍ଣ୍ଣ ଭାବେ ଫେଲ ମାରିଥିବା ଅଭିଯୋଗ ହୋଇଛି। ପୂର୍ବରୁ ହାତୀଶାଲପଡା ଠାରେ ଗୋଷ୍ଠୀ ସଂକ୍ରମଣ ହୋଇଥିବାରୁ ଏହି ବସ୍ତିକୁ ସିଲ କରାଯାଇଥିଲା। ଏହାପରେ ଠିକାଦାରପଡା, ଲାଲଟିକ୍ରାରେ ମଧ୍ୟ ସମାନ କଟକଣା ଲଗାଯାଇଥିଲା। ତଥାପି ସହର ଭିତରୁ ପ୍ରତିଦିନ ରୋଗୀ ବାହାରିବା ସମସ୍ତଙ୍କୁ ଚକିତ କରିଛି। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଚିହ୍ନଟ ହୋଇଥିବା ଅଧାରୁ ଅଧିକ ରୋଗୀ ସ୍ଥାନୀୟ ସଂକ୍ରମଣର ଶୀକାର ହୋଇଛନ୍ତି।
ଅନ୍ୟପକ୍ଷରେ ବଲାଙ୍ଗିର ସହରରେ କରୋନା ପାଇଁ ଲଗାଯାଇଥିବା କଟକଣା ସଂପୂର୍ଣ୍ଣ ଭାବେ ପ୍ରହସନ ପାଲଟିଛି। ସୋମବାରରୁ ଶୁକ୍ରବାର ନାମକୁ ମାତ୍ର ଲକଡାଉନ ରହିଛି। ସହର ଭିତରେ ଶହ ଶହ ଲୋକ ଭିଡ ଜମାଉଛନ୍ତି।ଜନଗହଳିପୂର୍ଣ୍ଣ ଅଞ୍ଚଳମାନଙ୍କରେ ସାମାଜିକ ଦୂରତା କଥା ନ କହିବା ଭଳ। ବଡ ବଡ ଦୋକାନ, ଗୋଦାମ, ଦୈନିକ ବଜାରରେ ଲୋକଙ୍କ ଭିଡ ଦେଖିବାକୁ ମିଳୁଥିବା ବେଳେ ଏହି ସ୍ଥାନ ମାନଙ୍କରେ ମଧ୍ୟ ନିୟମକାନୁନର ଖୋଲା ଉଲଂଘନ ହେଉଥିବା ଦେଖିବାକୁ ମିଲିଥାଏ।

ଶନିବାର, ରବିବାର ସଟଡାଉନ ଘୋଷଣା କରିଛନ୍ତି ଜିଲାପାଳ ଅରିନ୍ଦମ ଡାକୁଆ। କିନ୍ତୁ ଏହି ଦିନ ମାନଙ୍କରେ ମଧ୍ୟ ବଲାଙ୍ଗିର ସହର କଣ ଜିଲାର ସମସ୍ତ ଅଞ୍ଚଳରେ ନିୟମର ଖୀଲାପ ହେଉଥିବା ଦେଖିବାକୁ ମିଲିଛି। ଏମିତିରେ କରୋନା ନିୟନ୍ତ୍ରଣ କେମିତି ହେବ ତାହା ସହଜରେ ଅନୁମାନ କରାଯାଇପାରେ। କରୋନା କଟକଣାକୁ ଠିକ ଭାବେ ଲାଗୁ କରିବାରେ ଜିଲା ପ୍ରଶାସନ ଫେଲ ମାରିଥିବା ସାଧାରଣରେ ଅଭିଯୋଗ ହୋଇଛି। ପରିସ୍ଥିତିକୁ ଆଖି ଆଗରେ ରଖି ଆବଶ୍ୟକ ସମୟରେ ସଠିକ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଜିଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ସୂଚନା ଦେଇଛନ୍ତି।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories