www.samajalive.in
Saturday, December 6, 2025
26.1 C
Bhubaneswar

ଖରିଫ- ୨୦୧୯ ବୀମା ଅନିୟମିତାର ସଂଶୋଧନ ପାଇଁ ତହସିଲଦାରଙ୍କ ନିର୍ଦ୍ଧେଶ

ବଲାଙ୍ଗିର : ବଲାଙ୍ଗିର ସଦର ବ୍ଲକର ୨୦୧୯ ବର୍ଷର ଖରିଫ ଚାଷ ପାଇଁ ଚାଷୀମାନେ ବିଭିନ୍ନ ବ୍ୟାଙ୍କ ମାଧ୍ୟମରେ ବୀମା କରିଥିଲେ। କ୍ଷୟକ୍ଷତିର ଆକଳନ କରି ଯଥା ଯୋଗ୍ୟ ବୀମାରାଶି ଚାଷୀଙ୍କୁ ମିଳିବା କଥା। କିନ୍ତୁ ଏ ପର୍ଯ୍ୟନ୍ତ ଉକ୍ତ ବୀମା ରାଶି ଚାଷୀଙ୍କୁ ମିଳି ପାରିନାହିଁ। ଯାହା ଫଳରେ ଚାଷୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି।

ସୂଚନା ଅନୁସାରେ,ବଲାଙ୍ଗିର ସଦର ବ୍ଲକର ବିଭିନ୍ନ ପଞ୍ଚାୟତରୁ ୪୯୨୯ ଜଣ ଚାଷୀ ବିଭିନ୍ନ ଜମିକୁ ବୀମାଭୁକ୍ତ କରିଥିବା ବେଳେ ସେଥିରେ ଅନିୟମିତତା ଦେଖା ଯାଇଥିଲା। ପରିଶିଷ୍ଟ ଭୁକ୍ତ ତାଲିକା ମୁତାବକ ଗୋଟିଏ ପ୍ଲଟକୁ ପରିବାରର ଏକାଧିକ ସଦସ୍ୟ/ଅନ୍ୟ ସଦସ୍ୟଙ୍କ ଦ୍ୱାରା ଓ ଅଧିକ ପରିମାଣ ଜମିରେ ଖରିଫ-୨୦୧୯ ଶସ୍ୟ ବୀମା କରାଯାଇଛି। ଏ ସବୁର ସଂଶୋଧନ ପାଇଁ ତହସିଲଦାର ତଥା ବଲାଙ୍ଗିର ବି.ଏଲ.ଏମ.ସି. ଅଧ୍ୟକ୍ଷ ଉକ୍ତ ଚାଷୀ ମାନଙ୍କର ଏକ ତାଳିକା ପ୍ରକାଶ କରି ପ୍ରତ୍ୟେକ ପଞ୍ଚାୟତକୁ ପଠାଯାଇଛି। ଏଥିରେ ଚାଷୀ ମାନେ ଆପୋଶ ବୁଝାମଣାରେ ଭାଗବଣ୍ଟା କରି ,ଏଫିଡେଭିଟ ସହ ଆର.ଓ.ଆର, ଆଧାର କାର୍ଡ ସହ ଗ୍ରାମ ପଞ୍ଚାୟତ ସ୍ତରୀୟ କମିଟି ଅଧ୍ୟକ୍ଷ ରାଜସ୍ୱ ନିରୀକ୍ଷକ କିମ୍ବା ଆବାହକ ଗ୍ରାମ୍ୟ କୃଷି କର୍ମଚାରୀ / କୃଷି ଅଧିଦର୍ଶକଙ୍କୁ ନୋଟିସର ସାତ ଦିନ ମଧ୍ୟରେ ଜମାଦେବେ। ନଚେତ ପରବର୍ତ୍ତୀ ସମୟରେ କୌଣସି ଆପତ୍ତି ଅଭିଯୋଗ ସଂପୃକ୍ତ ଚାଷୀଙ୍କ ଠାରୁ ଗ୍ରହଣ କରାଯିବ ନାହିଁ। ଏଣୁ ଅନିୟମିତତା ହୋଇଥିବା ତାଲିକାର ସଂଶୋଧନ ପରେ ଚାଷୀ ଗତ ବର୍ଷର ବୀମା ପାଇବାର ଅଶା ଦେଖା ଯାଇଛି। ଯେହେତୁ ଏହାରି ଭିତରେ ବର୍ଷଟିଏ ବିତି ଗଲାଣି, ମରୁଡିରେ ପଡିଥିବା ଚାଷୀ ବୀମାକୁ ଆଶା କରି ଏ ପର୍ଯ୍ୟନ୍ତ ପଡି ରହିଛନ୍ତି। ଏହାର ସମାଧାନ ହେବା ପରେ ବୀମାରାଶି ମିଳିବା ନେଇ ଚାଷୀ ମନରେ ଆଶା ସଞ୍ଚାର ହୋଇଛି।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories