ବଲାଙ୍ଗୀର : ବଲାଙ୍ଗୀରରେ ଏକ ଅଭାବନୀୟ ଘଟଣା ଘଟିଥିବା ନେଇ ସୋମବାର ଖବର ମିଳିଛି। ସ୍ତ୍ରୀକୁ ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ ସ୍ୱାମୀ ତାଙ୍କୁ ପୋଡି ଦେଇଥିବା ନେଇ ଅଭିଯୋଗ ହୋଇଛି। ଖପ୍ରାଖୋଲ ଥାନା ପୁତୁଲାମହୁଲ ଗାଁରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ପାରିବାରିକ କଳହ ପରେ ୧୬ରୁ ଉକ୍ତ ମହିଳା ଜଣକ ନିଖୋଜ ଥିଲେ। ଏନେଇ ବାପ ଘର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା। ଏହାପରେ ପୁଲିସ ତଦନ୍ତ ଆରମ୍ଭ କରି ମହିଳାଙ୍କ ସ୍ୱାମୀ, ଦେଢଶୁର, ସମ୍ପର୍କୀୟ ମଉସାକୁ ଗିରଫ କରି ତଦନ୍ତ ଜାରି ରଖିଛି।
Popular Categories



