www.samajalive.in
Saturday, December 6, 2025
26.1 C
Bhubaneswar

ଆଜିଠୁ ସ୍ନାତକ ନାମଲେଖା ଆବେଦନ

ଭୁବନେଶ୍ବର : ୨୦୨୩-୨୪ ଶିକ୍ଷାବର୍ଷରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ +୩ ବା ସ୍ନାତକ (ୟୁଜି) ପାଠ୍ୟକ୍ରମରେ ନାମଲେଖା ପାଇଁ ସୋମବାରରୁ ଆବେଦନ ଆରମ୍ଭ। ସୋମବାର ଅପରାହ୍ଣ ୨ଟାରୁ ସାମ୍ସ ୱେବସାଇଟରେ ଅନଲାଇନ୍ କମନ୍ ଆପ୍ଲିକେସନ୍ ଫର୍ମ ଉପଲବ୍ଧ ହେବ। ଜୁଲାଇ ୪ ତାରିଖ ରାତି ୧୧ଟା ୪୫ ମିନିଟ୍ ପର୍ୟ୍ୟନ୍ତ ଛାତ୍ରଛାତ୍ରୀ ଏଥିରେ ନାମଲେଖା ପାଇଁ ଆବେଦନ କରି ପାରିବେ। ଜୁଲାଇ ୧୪ ଅପରାହ୍ଣ ୨ଟାରେ ପ୍ରଥମ ରାଉଣ୍ଡ ସିଟ୍ ଆବଣ୍ଟନ ପ୍ରକାଶ ପାଇବ। ସେହିପରି ଜୁଲାଇ ୧୪ରୁ ୧୮ ତାରିଖ ପର୍ୟ୍ୟନ୍ତ ମନୋନୀତ ଛାତ୍ରଛାତ୍ରୀ ସାମ୍ସ ପୋର୍ଟାଲ ମାଧ୍ୟମରେ ସ୍ଲାଇଡ୍ ସିଲେକ୍ସନ/ ଫ୍ରିଜ୍/ ଅପ୍‌ସନ୍‌ ଫ୍ଲୋଟ୍ ଏବଂ ନାମଲେଖା ପାଇଁ ଅନ୍‌ଲାଇନ୍ ପେମେଣ୍ଟ କରିପାରିବେ। ଜୁଲାଇ ୧୪ ତାରିଖ ସନ୍ଧ୍ୟା ୭ଟାରୁ ଜୁଲାଇ ୧୮ ତାରିଖ ରାତି ୧୧ଟା ୪୫ ମଧ୍ୟରେ ଏହି କାର୍ୟ୍ୟ ଶେଷ ହେବ। ପ୍ରଥମ ରାଉଣ୍ଡ ମନୋନୟନ ପ୍ରକ୍ରିୟାରେ ମନୋନୀତ ହୋଇଥିବା ଛାତ୍ରଛାତ୍ରୀ ଜୁଲାଇ ୧୫ରୁ ୧୯ ତାରିଖ ମଧ୍ୟରେ ସେମାନଙ୍କୁ ମିଳିଥିବା ଶିକ୍ଷାନୁଷ୍ଠାନରେ ଉପସ୍ଥିତ ରହି ନାମ ଲେଖାଇବେ। କେବଳ ଜୁଲାଇ ୧୬ ତାରିଖ ରବିବାର ପାଇଁ ଛୁଟି ରହିବ। ଅନ୍ୟ ଦିନଗୁଡ଼ିକରେ ଛାତ୍ରଛାତ୍ରୀ ସକାଳ ୯ଟାରୁ ଅପରାହ୍ଣ ୫ଟା ମଧ୍ୟରେ ଉପସ୍ଥିତ ରହି ନାମ ଲେଖାଇପାରିବେ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories