ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଜେଇ

ବଲାଙ୍ଗୀର : ବଲାଙ୍ଗୀର ଜିଲା ପୁଇଁନ୍ତଳା ବ୍ଲକ କନିଷ୍ଠ ଯନ୍ତ୍ରୀ (ଜେଇ) ସତ୍ୟ ନାରାୟଣ ତ୍ରିପାଠୀ ଲାଞ୍ଚ ନେବା ବେଳେ ବୁଧବାର ଧରାପଡ଼ିଛନ୍ତି। ବ୍ଲକ କାର୍ଯ୍ୟାଳୟରେ ସେ ୧୦ ହଜାରଟଙ୍କା ଲାଞ୍ଚ ନେବା ସୟୟରେ ଧରାପଡ଼ିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଖଲିଆପାଲି ପଞ୍ଚାୟତର ମିଛାପାଲି ଗାଁରେ କଂକ୍ରିଟ ରାସ୍ତା ନିର୍ମାଣ ହୋଇଥିଲା। କେନ୍ଦ୍ରୀୟ ଯୋଜନାରେ ନିଜେ ସରପଞ୍ଚ ଓ ୱାର୍ଡ଼ମେମ୍ବର ଏହି ରାସ୍ତା ତିଆରି କରିଥିଲେ।ମାତ୍ର ଅଭିଯୋଗ ଅନୁସାରେ ରାସ୍ତା ପାଇଁ ୧ ଲକ୍ଷ ଟଙ୍କାର ବିଲ୍‍ କରାଇବାକୁ ବାରମ୍ବାର ଅଫିସ ଯିବା ପରେ ୧୨ ହଜାର ଟଙ୍କା ଜେଇ ଲାଞ୍ଚ ମାଗିଥିଲେ। ଆଜି ଲାଞ୍ଚ ନେବା ବେଳେ ସେ ଧରାପଡ଼ିଛନ୍ତି ବୋଲି ଜଣାପଡ଼ିଛି।ବଲାଙ୍ଗୀର ଜିଲା ପ୍ରଶାସନ ଘଟଣାର ତଦନ୍ତ ଆରମ୍ଭ କରିଛି।

kalyan agarbati

Comments are closed.